csstore

କରୋନା ମହାମାରୀ ସମୟରେ ଅସହାୟଙ୍କ ସହାୟତାର ସାଥୀ ପାଲଟିଛି ସୀତାରାମ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀର କାୟା ବିସ୍ତାରକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସାରା ରାଜ୍ୟରେ ଲକ୍‌ଡ଼ାଉନ୍‌ ସଟ୍‌ଡାଉନ୍‌ ଓ ଆଦି ପ୍ରତିବନ୍ଧକ ଜାରି ରହିଥିବା ବେଳେ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଗରିବମାନଙ୍କ ରୋଜଗାର ପୁରା ଠପ୍‌ ହୋଇଯାଇ ଚଳିବା କଷ୍ଟକର ହୋଇଯାଇଛି । ସେମାନେ ଗଣ୍ଡେ ଖାଇବାକୁ ନପାଇ ଭୋକ ଉପାସରେ ରାସ୍ତାକଡରେ ଶୋଉଛନ୍ତି । ତେବେ ଏହି ସମୟରେ ବିଭିନ୍ନ ପ୍ରକାରରେ ସାହାଯ୍ୟ ସହଯୋଗ କରିବା ସହ ବିଭିନ୍ନ ସ୍ଥାନରେ ତଥା ଭୀମଭୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲରେ ନିତିଦିନ ଗୋଟେ ବେଳା ମିଲ୍‌ ବଣ୍ଟନ କରୁଥିବା ବେଳେ ଆଉ ଗୋଟେ ବେଳା ରୁଟି ସହ ତରକାରୀ ବଣ୍ଟନ କରୁଛି ବଲାଙ୍ଗିର ଜିଲ୍ଲା ସୀତାରାମ ଫାଉଣ୍ଡେସନ । ଯାହା କି ସାଧାରଣରେ ବେଶ୍‌ ପ୍ରଶଂସା କରାଯାଉଛି । ଏଥିରେ ସଂଗଠନର ଟହଲୁ ସାହୁ, ପ୍ରଦୀପ ସାହୁ, ଅଜିତ ନନ୍ଦ ଏବଂ ନେଗୀ ବ୍ରଦର୍ସର କାର୍ଯ୍ୟକର୍ତ୍ତାମାନେ ସାହାଯ୍ୟ କରିଥିଲେ ।

jayashree
Leave A Reply

Your email address will not be published.