pakka

ମେଗା ସ୍ୱାସ୍ଥ୍ୟ ଶିବିର ସହ ତିନି ଦିନିଆ ଶିଶୁମେଳା ଉଦ୍‌ଯାପିତ

bbehera

ରେଢ଼ାଖୋଲ, (କେପିଏନ୍‌ଏସ୍‌) : ନିର୍ଭୟ ପବ୍ଲିକେଶନ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମନିଷ ଅନୁରାଗ (ଗୁଡ୍ଡୁ)ଙ୍କ ସ୍ମୃତିରେ ଅଗ୍ରଣୀ ଅନୁଷ୍ଠାନ ସାରା ଓଡ଼ିଶା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଗୌରଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ତିନି ଦିନିଆ ଶିଶୁମେଳାର ଗତକାଲି ଥିଲା ତୃତୀୟ ଦିନ । ପ୍ରଥମ ଦିନରେ ପିଲାଙ୍କୁ ରଙ୍ଗ, ତୂଳି ଓ କାନଭାସ ଦେଇ କୁହାଯାଇଥିଲା ସ୍ବପ୍ନକୁ ଆଙ୍କିବାକୁ । ପିଲାଏ କିଏ ଭଲ ଡାକ୍ତରଖାନା ଆଙ୍କିଥିଲେ ତ’ କିଏ ସବୁଜ ସୁନ୍ଦର ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଉନ୍ନତ ହେବାର ଚିତ୍ର ଆଙ୍କିଥିଲେ । ଦ୍ବିତୀୟ ଦିନରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର ବିଷୟ ଥିଲା ‘ନିଜ ସ୍ବପ୍ନ ବିଷୟରେ କୁହ’ । ଛାତ୍ରଛାତ୍ରୀଙ୍କ ମନର କଥା ପ୍ରକାଶ କରିବାରେ ଏହା ଏକ ସୁନ୍ଦର ସୁଯୋଗ ସୃଷ୍ଟି କରିଥିଲା । ସେମାନେ ଡାକ୍ତର, ସୈନିକ, ଇଂଜିନିୟର, ସମାଜସେବକ ହୋଇ ଦେଶର ସେବା କରିବୁ ବୋଲି କହିଥିଲେ । ବକ୍ତୃତା ପ୍ରତିଯୋଗିତାର ଶେଷରେ ସାରା ଓଡ଼ିଶା ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଚିବ ମାନିନୀ ମିଶ୍ର । ମନିଷ ଅନୁରାଗ କେବଳ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ନଥିଲେ ସେ ଛୋଟବଡ, ଧନୀ ଗରିବ ସମସ୍ତଙ୍କୁ ସମ୍ମାନ ଦେଇ ଭଲପାଇବା ବାଣ୍ଟୁଥିବା ସଦା ହସହସ ଚେହେରାର ଯୁବକ ଥିଲେ । ପିଲାମାନେ ତମେମାନେ ବି ଭଲ ମଣିଷ ହୁଅ, ସମସ୍ତଙ୍କ ଚେହେରାରେ ହସବାଣ୍ଟ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୈଳବାଳା ପ୍ରଧାନ, ମନିଷ ଅନୁରାଗଙ୍କ ସ୍ମୃତିଚାରଣ କରି ସାରା ଓଡିଶା ଫାଉଣ୍ଡେସନ ଟ୍ରଷ୍ଟର ମନିଷ ଅନୁରାଗଙ୍କ ସ୍ମୃତିରେ ଆୟୋଜିତ ତିନି ଦିନିଆ ଶିଶୁମେଳା ପରି ପରିକଳ୍ପନାକୁ ସାଧୁବାଦ ଜ୍ଞାପନ କରିଥିଲେ । ସାରା ଓଡ଼ିଶା ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଡାକ୍ତର ରାମକୃଷ୍ଣ ପତି ପିଲାଙ୍କର ସର୍ବାଙ୍ଗୀନ ବିକାଶ ଆମର ଲକ୍ଷ୍ୟ ବୋଲି କହି ମନିଷ ଅନୁରାଗ ପରି ନିଜର କେହି ଅଦିନରେ ଚାଲି ନଯାଆନ୍ତୁ କହିଥିଲେ । ଦ୍ବିତୀୟ ଦିନ ଶେଷରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର ଫଳ ପ୍ରକାଶ କରାଯାଇଥିଲା । ଚିତ୍ରାଙ୍କନରେ ହେଲେନ ବିଶ୍ବାଲ, ପ୍ରଥମ, ସରସ୍ବତୀ ସାଏ ଦ୍ବିତୀୟ, ହର୍ଷ ପ୍ରଧାନ ଓ ସୂର୍ୟ୍ୟକାନ୍ତୀ ଅମାତ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିବା ସ୍ଥଳେ ବକ୍ତୃତାରେ ସୂର୍ୟ୍ୟକାନ୍ତୀ ଅମାତ ପ୍ରଥମ, ଶିବାନୀ ପ୍ରଧାନଦ୍ବିତୀୟ, ସୁପ୍ରିୟା ମହାନା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଛାତ୍ର, ଛାତ୍ରୀଙ୍କୁ ମାନପତ୍ର ଓ ଦରକାରୀ ପୁସ୍ତକ ପୁରସ୍କାର ଦିଆଯାଇଥିଲା ।

ତୃତୀୟ ଦିନ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରାମକୃଷ୍ଣ ପତି ଛାତ୍ରଛାତ୍ରୀଙ୍କ ଓଜନ, ଉଚ୍ଚତା, ଦେଖି ଆବଶ୍ୟକ ଆଇରନ କ୍ୟାଲସିୟମ, ମଲ୍‌ଟି ଭିଟାମିନ, ଏପିଟାଇଜର୍‌ ତଥା ଥଣ୍ଡା, ଜର ଆଣ୍ଟିବାୟୋଟିକ୍‌ ଇତ୍ୟାଦି ଦେଇ ଔଷଧ କିପରି ଖାଇବେ ବୁଝେଇ ଦେଇଥିଲେ, ସ୍ବାସ୍ଥ୍ୟର ଯତ୍ନ ପାଠପଢ଼ାରେ କିପରି ଜରୁରି ତାହା ମଧ୍ୟ ବୁଝାଇଥିଲେ । ଅନେକ ଛାତ୍ରଛାତ୍ରୀଙ୍କ ବିଏମ୍‌ଆଇ ନିରାଶଜନକ ଥିବାବେଳେ ହାତଗଣତି ଛାତ୍ରଛାତ୍ରୀଙ୍କ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଉତ୍ସାହିତ କରିଥିଲେ ଡାକ୍ତର ପତି । ସ୍ବାସ୍ଥ୍ୟମେଳା ଶେଷରେ ଛାତ୍ରଛାତ୍ରୀମାନେ ମନିଷ ଅନୁରାଗଙ୍କ ଦିବଂଗତ ଆତ୍ମାର ସତ୍‌ଗତି ପାଇଁ ପ୍ରାର୍ଥନା କରିବା ସହ, ବରିଷ୍ଠ ସାମ୍ବାଦିକ ନବୀନ ଦାସ ବାବା ଓ ମମତା ଦାସ ମାତାଙ୍କ ଉଦ୍ଦେଶ୍ୟରେ ନିଜ କୋମଳମନର ଆନ୍ତରିକତା ଜଣେଇଥିଲେ । ଶେଷରେ ପ୍ରତିଷ୍ଠାତା ମାନିନୀ ମିଶ୍ର, ମନିଷ ଅନୁରାଗଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ତିନିଦିନିଆ ଶିଶୁମେଳାକୁ ସଫଳ କରିଥିବାରୁ ଡାକ୍ତର ହିମାଂଶୁ ଶେଖର ଦାଶ, ଜଗସନ ପାଲର, ଶୁସିଲ ଭୋଇ, ମେନକାଇଣ୍ଡ ରିକଭରି ଡିଭିଜନର ଶ୍ରୀକାନ୍ତ ପାତ୍ର , ରଞିତ ବେହେରା, ସ୍କୁଲର ଶିକ୍ଷକ ରାଜୀବ ଲୋଚନ ଚାନ୍ଦ, ପ୍ରମୋଦ ପ୍ରଧାନ, ସୁବ୍ରତ ବେହେରା, ଅରବିନ୍ଦ ପ୍ରଧାନ, ସୁକାନ୍ତ ପ୍ରଧାନ, ଶିକ୍ଷୟତ୍ରୀ ସୁସ୍ମିତା ପ୍ରଧାନ, ନମିତା ପ୍ରଧାନ, ଜତନି ମାଝୀ, ଝରଣା ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଗକୁ ଛାତ୍ରଛାତ୍ରୀଙ୍କ ସହ ସଂପର୍କ ରଖିବୁ ବୋଲି କହିଥିଲେ ।

jay balangir
Leave A Reply

Your email address will not be published.

19 − sixteen =

error: Content is protected !!