csstore

ଲକ୍ଷ୍ମୀନାରାୟଣ ମନ୍ଦିରର ଉନ୍ନତିକରଣ ପାଇଁ ଅନୁଦାନ ମଂଜୁର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅନଙ୍ଗଉଦୟ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଲକ୍ଷ୍ମୀନାରାୟଣ ମନ୍ଦିର ଏବଂ ତତ୍‌ସଂଲଗ୍ନ ସ୍କୁଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟ କରଣ ପାଇଁ ଅନୁଦାନ ନିମନ୍ତେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ବଲାଙ୍ଗିର ‘ଖ’ ମୌଜା ପ୍ଲଟ୍‌ ନଂ.୨୩୧ରେ ଅବସ୍ଥିତ ଏହି ପୁରାତନ ମନ୍ଦିର ଏବଂ ସ୍କୁଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ବଲାଙ୍ଗିରବାସୀଙ୍କ ପକ୍ଷରୁ ଦାବି କରାଯାଉଥିବା ବେଳେ ବିଜେଡ଼ିର ବରିଷ୍ଠ ଉପସଭାପତି ଶ୍ରୀ ସିଂହଦେଓ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ତୁରନ୍ତ ଏହାର ଡିପିଆର ପ୍ରସ୍ତୁତ ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ବଲାଙ୍ଗିର ନିର୍ବାଚନ ମଣ୍ଡଳିର ଧର୍ମାନୁଷ୍ଠାନ ତଥା ଗୋଷ୍ଠୀଗୃହ ଗୁଡ଼ିକର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଯଥେଷ୍ଟ ଅନୁଦାନ ପ୍ରଦାନ କରିଥିବାରୁ ଶ୍ରୀ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.