pakka

କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ଆଇଇଡି ବିସ୍ଫୋରଣ

bbehera

ଫୁଲବାଣୀ : କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ପୁଣି ଏକ ଆଇଇଡି ବିଷ୍ଫୋରଣ ହୋଇଛି । ଏହି ବିଷ୍ଫୋରଣରେ ତିନି ଜଣ ଏସ୍‌ଓଜି ଯବାନ ଆହତ ହୋଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳକୁ ଲାଗି ରହିଥିବା ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଶଗଡା ଫାଣ୍ଡି ବାତେପଙ୍ଗା ଅଞ୍ଚଳ ଜଙ୍ଗଲରେ ଏହି ଆଇଡି ବିସ୍ଫୋରଣ ହୋଇଛି । ଖବର ଅନୁଯାୟୀ, ପୁଲିସ ପକ୍ଷରୁ ଏଠାରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ଆଇଇଡି ବିସ୍ଫୋରଣ ହୋଇଛି । ଏଥିରେ ୩ ଜଣ ଯବାନ ଆହତ ହୋଇଛନ୍ତି । କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ସୂଚନା ଅନୁସାରେ ଏହି ଏହି ଅଞ୍ଚଳରେ ମାଓବାଦୀ ଥିବା ସୂଚନା ମିଳିବା ପରେ ଏଠାରେ ଏସ୍‌ଓଜି ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ତେବେ ଆଜି କମ୍ବିଂ ଚାଲିଥିବା ବେଳେ ସେଠାରେ ଆଇଇଡି ବିଷ୍ଫୋରଣ ହୋଇଥିଲା, ଏଥିରେ ଯବାନମାନେ ଆହତ ହୋଇଥିଲେ । ତେବେ ଆଘାତ ସେତେ ଗୁରୁତର ନୁହେଁ, ଏବଂ ଆହତ ଯବାନମାନେ ଏବେ ମଧ୍ୟ ଅପରେସନରେ ସାମିଲ ଅଛନ୍ତି ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

13 − eight =