pakka

ବାଲେଶ୍ୱର ଗସ୍ତରେ ଫାଇଭ୍‌-ଟି ଅଧ୍ୟକ୍ଷ

bbehera

ବାଲେଶ୍ୱର : ବାଲେଶ୍ଵର ଗସ୍ତରେ ଫାଇଭ୍‌-ଟି ଅଧ୍ୟକ୍ଷ ଭି. କେ. ପଣ୍ଡିଆନ । ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ହୋଇଛି । ଫାଇଭ୍‌-ଟି ଅଧ୍ୟକ୍ଷ ବାଲେଶ୍ଵର ଜିଲ୍ଲାରେ ୫ଟି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦିନ ୧୦ଟାରେ ପୋଲିସ ରିଜର୍ଭ ପଡ଼ିଆରେ ଥିବା ଅସ୍ଥାୟୀ ହେଲିପ୍ୟାଡରେ ହେଲିକପ୍ଟର ଯୋଗେ ଅବତରଣ କରିବା ପରେ ମିଶନ ପଡ଼ିଆରେ ଅନୁଷ୍ଠିତ ହେଉଥିବା ବିଜେଡ଼ିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ବିଜେଡି ଯୁବ, ଛାତ୍ର, ମହିଳା ଓ ଦଳୀୟ କର୍ମୀକୁ ଭେଟି ଦଳର ସ୍ଥିତି ସଙ୍ଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେବେ । ସେହିଭଳି ପରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଭଳି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଫାଇଭ୍‌-ଟି ଅନୁକ୍ରମରେ ରୂପାନ୍ତରୀକରଣ ହୋଇଥିବା କଲେଜ୍ ଗୁଡ଼ିକ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ୱାନ ଟୁ ୱାନ ଆଲୋଚନା କରିବା ସହ ଯୁବ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିବେ । ପରେ ଏକ ଦଳୀୟ କାର୍ଯ୍ୟକ୍ରମରେ ନୀଳଗିରିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ବାହାନଗାରେ ବିଜେଡ଼ି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଶେଷରେ ସୋର ୟୁ ଏନ୍ କଲେଜ୍ ପଡ଼ିଆରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ଫେରିବେ ଫାଇଭ୍‌-ଟି ଅଧ୍ୟକ୍ଷ ଭି. କେ. ପଣ୍ଡିଆନ । ଫାଇଭ୍‌-ଟି ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ସୁରକ୍ଷା କଡାକଡି କରାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

eighteen − 12 =