csstore

ଟିଟିଲାଗଡ ଠାରେ ଆଭାଷୀ ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଓକିଲ ସଭାଗୃହ ଓ କ୍ୟାଣ୍ଟିନର ଶୁଭ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ୩୩ଟି ନୂତନ ସଭାଗୃହ, କ୍ୟାଣ୍ଟିନ, ଜେଏମ୍‌ଏଫ୍‌ସି କ୍ୱାର୍ଟର ମାନଙ୍କର ଶିଳାନ୍ୟାସ ସୋମବାର ସନ୍ଧ୍ୟାରେ ଓଡ଼ିଶାର ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଚରଣ ସିଂ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଟିଟିଲାଗଡ଼ ଚାହାରଭଟା ସ୍ଥିତ ନୂତନ ନ୍ୟାୟାଳୟ ପଛପଟେ ନୂତନ ଭାବେ ଟିଟିଲାଗଡ଼ ଓକିଲମାନଙ୍କ ସଭାଗୃହ ଓ କ୍ୟାଣ୍ଟିନର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏଡିଜେ ସୁଶାନ୍ତ କୁମାର ପଟ୍ଟନାୟକ, ସବ୍‌ଜଜ୍ କୃଷ୍ଣଚନ୍ଦ୍ର ନାଏକ, ଏସ୍‌ଡିଜେଏମ୍‌ ସୁମିତ କୁମାର ପାଣିଗ୍ରାହୀ, ଓକିଲ ସଂଘ ସଭାପତି ସଞ୍ଜୟ କୁମାର ବେହେରା, ପୂର୍ବତନ ଓକିଲ ସଂଘ ସଭାପତି କେ.ସି ସାହୁ, ଓକିଲ ମୋହନ ଜୈନ, କିଶୋର ମହାପାତ୍ର, ଶ୍ରୀକାନ୍ତ ବେହେରା, ବିକାଶ ଭୋଇ, ପ୍ରିତମ ପଣ୍ଡା, ତନୟ ଠାକୁରଙ୍କ ସମେତ ଅନ୍ୟାନ୍ୟ ଓକିଲମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.