ସଂକୁଳ ସ୍ତରୀୟ ତ୍ରୀଦିବସୀୟ ଜାତୀୟ ଶିକ୍ଷାନୀତି ପ୍ରଶିକ୍ଷଣ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିରଠାରେ ତିନିଦିନ ଧରି ଚାଲିଥିବା ସଂକୁଳ ସ୍ତରୀୟ ତ୍ରୀଦିବସୀୟ ଜାତୀୟ ଶିକ୍ଷାନୀତି – ୨୦୨୦ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣରେ ରାଜବୋଡାସମ୍ବର ବ୍ଲକ ବିଇଓ କାଳି ଚରଣ ଦୁବେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂଜାର୍ଚ୍ଚନା ପୂର୍ବକ କାର୍ଯ୍ୟକ୍ରମଟିକୁ ଉଦ୍‌ଯାପିତ କରିଥିଲେ । ସଂକୁଳ ସଂଯୋଜକ ଯୁବରାଜ ପଧାନ ଅତିଥି ‌ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଓ ପ୍ରଶିକ୍ଷଣ ବିବରଣୀ ପ୍ରଦାନ କରିଥିବା ବେଳେ କଲ୍ୟାଣୀ ମିଶ୍ର ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂକୁଳ ଅନ୍ତର୍ଗତ ୯ଟି ଶିଶୁ ମନ୍ଦିରରୁ ୧୩୦ ଜଣ ଗୁରୁଜୀ, ଗୁରୁମା ଶିଶୁମାନଙ୍କ ବିକାଶ ପାଇଁ ପ୍ରଶିକ୍ଷଣରେ ଭାଗ ନେଇଥିଲେ ଓ ସଂକୁଳରୁ ୧୦ ଜଣ ପ୍ରଶିକ୍ଷକ ୧୧ ଟି କାଳାଂଶରେ ପ୍ରଶିକ୍ଷଣ ଦେଇଥିଲେ । ଦ୍ୱାଦଶ କୁମାର ପଧାନ ସଂକୁଳରେ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.