jayashree

ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ନିଃଶୁଳ୍କ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଶନିବାର ସ୍ୱାଧୀନନଗର ପଡ଼ାଠାରେ ସର୍ବସାଧାରଣଙ୍କ ପାଇଁ ଏକ ନିଃଶୁଳ୍କ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଏହି ସେବାମୂଳକ କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତ ପରୀକ୍ଷା ଓ ନିଃଶୁଳ୍କ ଔଷଧ ସେବାର ସୁବିଧା ପାଇଥିଲେ । ସକାଳ ୯ ଘଣ୍ଟାରୁ ଦିବା ୧ ଘଣ୍ଟା ଧରି ଚିକିତ୍ସା ଶିବିର ସୁଚାରୁ ଭାବେ ଚାଲିଥିଲା । କଲେଜ ସ୍ଥିତ ସହରାଞ୍ଚଳ ଚିକିତ୍ସାଳୟରୁ ତିନିଜଣ ଡାକ୍ତରଙ୍କ ସମେତ ରକ୍ତ ପରୀକ୍ଷା, ଔଷଧ ବିତରଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ପାଇଁ ସମୁଦାୟ ୧୩ ଜଣିଆ ଚିକିତ୍ସକ ଦଳ ଉପସ୍ଥିତ ରହି ରୋଗୀମାନଙ୍କୁ ଚିକିତ୍ସା ସେବା ପ୍ରଦାନ କରିଥିଲେ । ଶିବିରକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଆସିବା, ବସିବା, ପାନୀୟ ଜଳ, ପଞ୍ଜିକରଣ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧାର ଉତ୍ତମ ବ୍ୟବସ୍ଥା କରାଯାଇଥିଲା । ଯୋଗ ସଂଗଠନର ସଦସ୍ୟମାନେ ଶୃଙ୍ଖଳା ଓ ସେବାଭାବର ସହିତ ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ଶିବିରକୁ ସଫଳ କରିବାରେ ଆନନ୍ଦ ଚନ୍ଦ୍ର ବେହେରା, ବିରଞ୍ଚି ଗହୀର, ସହଦେବ ଧରୁଆ ନୀଳକଣ୍ଠ ମେହେର, ଦିଲ୍ଲୀପ କୁମାର ପାତ୍ର, ସୂର୍ଚ୍ଚନ ପୁଟେଲ, ଦୀନବନ୍ଧୁ ବାରିକ, ସଙ୍ଗୀତା ପଟେଲ, ହାୟୁମ୍ ମହମ୍ମଦ, କାମେଶ୍ୱର ମହାଳିକ, ରାମ ମଲ୍ଲିକ ଓ ସୁବଳ ସାହୁ, ଅନିତା ପାତ୍ର, ମମିତା ପାତ୍ର, ସୁମତି ବେହେରା ପ୍ରମୁଖ ଯୋଗ ପରିବାରର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସହଯୋଗ କରିଥିବା ସମସ୍ତ ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି, ଆଶାକର୍ମୀ ସ୍ୱେଚ୍ଛାସେବୀ ଓ ଯୋଗ ସଂଗଠନର ସଦସ୍ୟମାନଙ୍କୁ ସଂଗଠନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସମାଜରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଏବଂ ମାନବ ସେବାର ଲକ୍ଷ୍ୟକୁ ନେଇ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.