jayashree

ଝାଙ୍କରପାଲି ବାହୁଡ଼ା ରଥଟଣା ସମୟରେ ଅଘଟଣ, ଅଳ୍ପକେ ବର୍ତ୍ତିଲେ ଶ୍ରଦ୍ଧାଳୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ସ୍ଥିତ ଝାଙ୍କରପାଲି ଯେଉଁଠାରେ ପ୍ରତିବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଧୁମଧାମରେ ପାଳନ କରାଯାଇଥାଏ । ଏଥିପାଇଁ ଆଖପାଖ ବହୁତ୍ ଅଞ୍ଚଳବାସୀ ରଥଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାରେ ଏଠାକୁ ଆସିଥାନ୍ତି ଏବଂ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ପ୍ରତିବର୍ଷ ପରି ଏବର୍ଷ ମହାପ୍ରଭୁ ମାଉସୀ ଘରୁ ମନ୍ଦିରକୁ ରଥ ଉପରେ ବସି ଯାଉଥିଲେ ଏବଂ ଶହ ଶହ ଭକ୍ତ ରଥଟଣା ହରିବୋଲ ହୁଳହୁଳି ଦେଇ ରଥଟାଣୁ ଥିଲେ କିନ୍ତୁ ଏହି ସମୟରେ ଝାଙ୍କରପାଲି ଗ୍ରାମ ମଧ୍ୟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଲାଗି ଯାଇ ଥିଲା ରଥ ଯାହା ଦ୍ୱାରା ଦୁଇଟି ବିଦୁତ ତାର ଯୋଡି ଯାଇ ନିଆଁ ବର୍ଷା ହେବା ସହ ରଥରେ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇଯାଇଥିଲା । ସୌଭାଗ୍ୟବଶତଃ କ୍ଷଣିକ ସମୟ ମଧ୍ୟରେ ରଥ ଉପରୁ ଡିଆଁମାରି ତଳକୁ ଆସିବାରେ ସଫଳ ହୋଇଥିଲେ ମହାପ୍ରଭୁଙ୍କ ସେବକ ମାନେ ଏବଂ ଶ୍ରଦ୍ଧାଳୁମାନେ ମଧ୍ୟ ରଥଟଣା ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତରିତ ହେବା ଯୋଗୁଁ ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତେ । ଝାଙ୍କରପାଲି ଗ୍ରାମରେ ପ୍ରବାହିତ ହେଉଥିବା ବିଦ୍ୟୁତ ତାର ଗ୍ରାମ ରାସ୍ତାର ବହୁତ୍ ପାଖରେ ଥିବା ପାଇଁ ପ୍ରତିବର୍ଷ ଏହି ପ୍ରକାରର ଅଘଟଣ ଦେଖିବାକୁ ମିଳୁଛି । ଏଥିପାଇଁ ବିଦ୍ୟୁତ୍ ବିଭାଗର ଅଧିକାରୀ ତଥା ଟାଟା ପାୱାରରେ କାର୍ଯ୍ୟରତ କର୍ମଚାରୀଙ୍କୁ ବାରମ୍ବାର ଅଭିଯୋଗ କରି କେବୁଲ ବ୍ୟବସ୍ଥା ପାଇଁ ଦାବୀ କରିବା ସତ୍ତ୍ୱେ ଏହି ଦାବୀ ଦୀର୍ଘ ଦିନ ହେବା ପ୍ରୁଣ ନ ହୋଇ କେବଳ ପ୍ରତିଶ୍ରୁତିରେ ରହିଯାଇଛି । ଫଳରେ ଗ୍ରାମବାସୀମାନେ ବହୁତ ଦୁଃଖ ପ୍ରକାଶ କରିବା ସହ ନିଜର୍ କ୍ଷୋଭ ପ୍ରକାଶ ପାଇଁ ଆଗାମୀ ଦିନରେ ଦାବୀ ପୁରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଉଛନ୍ତି ।

Leave A Reply

Your email address will not be published.