jayashree

ଗଞ୍ଜାମ ଅପୂର୍ବା ୟୁଥ୍ ଫାଉଣ୍ଡେସନ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ସ୍ୱେଚ୍ଛାସେବୀ ସଂଗଠନ ଅପୂର୍ବା ୟୁଥ୍ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ କନଫରେନ୍ସ ହଲ ଠାରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଗ୍ରାସୀମ କମ୍ପାନୀ ଓ ବ୍ରହ୍ମପୁର ଶୀତଳାପଲ୍ଲୀସ୍ଥିତ ସମ୍ ହସ୍ପିଟାଲର ସହଯୋଗରେ ଆୟୋଜିତ ଏହି ଶିବିରରେ ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳର ପ୍ରାୟ ୨୨୦ ଜଣ ରୋଗୀ ଯୋଗଦେଇ ଅଭିଜ୍ଞ ଡାକ୍ତରମାନଙ୍କଠାରୁ ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସେବା ଗ୍ରହଣ କରିଥିଲେ । ଶିବିରରେ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ବିଭାଗର ନିଶୁଳ୍କ ଚିକିତ୍ସା ପରୀକ୍ଷା କରାଯାଇଥିଲା । ଏଥିସହ ଆବଶ୍ୟକ ରୋଗୀମାନଙ୍କୁ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା । ଗ୍ରାମାଞ୍ଚଳରେ ସୁଲଭ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଦିଗରେ ଏହି ଶିବିର ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ସମ୍ ହସ୍ପିଟାଲର ଡାଇରେକ୍ଟର ଦେବୀପ୍ରସାଦ ଦାସ, ଏମ୍.ଏସ୍. ଡା. ଅଯୋଧ୍ୟାନାଥ ପାଢ଼ୀ, ଡି.ଏମ୍.ଏସ୍. ଡା. ପ୍ରିୟଜିତ ପାଣିଗ୍ରାହୀ, କାହ୍ନା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ରଞ୍ଜନା ମିଶ୍ର, ଆଇନଜୀବୀ ଦିଲ୍ଲୀପ ପଟ୍ଟନାୟକ, ସମାଜସେବୀ ସୁଧୀର କୁମାର ପାଢ଼ୀ, ଅବସରପ୍ରାପ୍ତ ଆର୍.ପି.ଏଫ୍. ଅଧିକାରୀ ବିଷ୍ଣୁ ପ୍ରସାଦ ସେଠୀ, ଗ୍ରାସିମ୍‌ର ସିଏସ୍‌ଆର୍ ମୁଖ୍ୟ ସୁସ୍ମିତା ବେହେରା, ସାମାଜିକ ସଚେତନତା ଗୁରୁ ସନ୍ତୋଷ କୁମାର ସାହୁ ଏବଂ କଟକ ବି.ଏଚ୍.ଆର୍.ସି.ର ପ୍ରସନ୍ନ ଗୁରୁ ପ୍ରମୁଖ ଉପସ୍ଥିତ ରହି ସମାଜସେବା ଓ ସ୍ୱାସ୍ଥ୍ୟ ସଚେତନତାର ଗୁରୁତ୍ୱ ଉପରେ ମତ ରଖିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପଣ୍ଡା, ଛତ୍ରପୁର ପ୍ରେସ କ୍ଲବ ସଭାପତି ସରୋଜ ସାମଲ, ଗଞ୍ଜାମ ପ୍ରେସ କ୍ଲବ ସଭାପତି ଶବର ତରାଇଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା । ସଂଗଠନର ସଂସ୍ଥାପକ ଓ ସଭାପତି ପ୍ରଭାତ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିବା ବେଳେ ଉମା ଶଙ୍କର, ଅଶ୍ୱିନୀ, ସୁନୀଲ, ଆଶୁତୋଷ, ଅନିଲ, ଜିତେଶ, ସନ୍ତୋଷ, କେଦାର, ଅକ୍ଷୟ, ବବୁଲ ଓ ସନ୍ତୋଷ ପ୍ରମୁଖ ସ୍ୱେଚ୍ଛାସେବୀ ଶିବିରକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ । ଶିବିରର ସଫଳ ଆୟୋଜନକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.