ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ମାର୍ଗଦର୍ଶନରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଏବଂ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ସପ୍ତାହବ୍ୟାପୀ ଜାତୀୟ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି । “ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷାଦାନ ଓ ଗବେଷଣାର ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଅଧ୍ୟକ୍ଷା ପ୍ରଫେସର କଳ୍ପନା ମେହେର ଓ ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇଥିବା ବେଳେ ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଡ. ଚନ୍ଦ୍ର ପ୍ରକାଶ, ଡ. ଅନୁପ ନନ୍ଦୀ, ଡ. ରବି ଶ, ପ୍ରଫେସର ଶିବାଶିଷ ଭୌମିକ, ପ୍ରଫେସର ଜୟା ସିଲ୍ ଏବଂ ପ୍ରଫେସର ସୁମନ ଦେବ ବିଶେଷଜ୍ଞ ଭାବେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ । ସଂଯୋଜକ ଡ. ତୁଷାରକାନ୍ତ ସାହୁ ଓ ଡ. ଭେଙ୍କଟେଶ୍ୱର ମେହେରଙ୍କ ସମେତ ଡ. ସସ୍ମିତା ମେହେର, ସସ୍ମିତା ହାଁସଦା, ଶ୍ରୀକାନ୍ତ ସାହୁ, ଶିଖା ଶତପଥୀ, କରିନା ପ୍ରଧାନ, ଅଙ୍କିତା ପ୍ରିୟଦର୍ଶିନୀ ଧର ଏବଂ ମିନତୀ ସାହୁଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମଟି ସଫଳ ହୋଇଛି । ଶିକ୍ଷା କ୍ଷେତ୍ରରେ ଏହି ବୈଷୟିକ ଜ୍ଞାନକୌଶଳର ଉପଯୋଗ ଆଗାମୀ ଦିନରେ ଏକ ନୂତନ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.