mahavir

ଛତ୍ରପୁର ଶିଶୁ ମନ୍ଦିରରେ ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଛତ୍ରପୁର ସଂକୁଳର ଛଅଟି ବିଦ୍ୟାଳୟର (ରମ୍ଭା, ଗଞ୍ଜାମ, ନରେନ୍ଦ୍ରପୁର, ଗୋପାଳପୁର, ଭଞ୍ଜବିହାର ଓ ଛତ୍ରପୁର) ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଶିକ୍ଷା ବିକାଶ ସମିତିର କୋଷାଧକ୍ଷ ସତ୍ୟନାରାୟଣ ପଟ୍ଟନାୟକ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶିକ୍ଷା ବିକାଶ ସମିତିର ଶିଶୁ ବାଟିକା ସଂଭାଗ ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ ସହଯୋଗ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିଲେ । ପରିଚାଳାନା ସମିତିର ସଭାପତି ପଦ୍ମଚରଣ ସାହୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସଂକୁଳ ପ୍ରମୁଖ ଡ. ଜେ. କୁର୍ମା ରାଓ, ଦ୍ୱିତୀୟ ଦିବସରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ, ଗଞ୍ଜାମ ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ, ଫୁଲବାଣୀ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ ମାଷ୍ଟର ଟ୍ରେନର ଭାବେ ଯୋଗଦେଇଥିଲେ । ସେହିପରି ବିଦ୍ୟାଳୟର ସଦସ୍ୟ ରାମପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର, ସଂକୁଳର ପ୍ରଧାନାଚାର୍ଯ୍ୟ ମାନଙ୍କ ମଧ୍ୟରେ ଶ୍ରୀଧର ପ୍ରଧାନ, ଏମ୍‌ ଲିଙ୍ଗରାଜ ରେଡ୍ଡୀ, ତ୍ରିନାଥ ନାୟକ, ସୁଶ୍ରୀ ଅନୀତା ପାତ୍ର, ଦଣ୍ଡପାଣି ସାହୁ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୦୫ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷାର୍ଥୀ ରୂପେ ଯୋଗ ଦେଇଥିଲେ । ସୂଚନା ଅନୁସାରେ ଏହି ପ୍ରଶିକ୍ଷଣ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି ।

Leave A Reply

Your email address will not be published.