mahavir

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ଶ୍ରେଣୀର ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ସବୁ ବର୍ଷ ପରି ଏହିବର୍ଷ ମଧ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଅଙ୍କିତ କୁମାର ଆଚାର୍ଯ୍ୟ ପ୍ରକାଶିତ ଦଶମ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷାରେ ୫୬୦ ନମ୍ବର (୯୩.୩୩%) ରଖିଛନ୍ତି । ସେହିପରି କୋମଳ କିରଣ ପୁରୋହିତ ଏ୧-୫୪୦ ନମ୍ବର ରଖି ଦିବିଦ୍ୟାଳୟର ଗୌରବ ବଢାଇଛନ୍ତି । ସର୍ବ ମୋଟ ୭୩ ଜଣଙ୍କ ମଧ୍ୟରୁ ଏ୧-୨ଜଣ, ଏ୨-୨୧ଜଣ, ବି୧-୧୧ ଜଣ, ବି୨-୧୬ଜଣ, ସି-୨୨ଜଣ ଓ ଡି-୧ ଜଣ ଏହିପରି ୧୦୦% ରେଜଲ୍ଟ ହୋଇଛି । ଅଙ୍କିତ ଓ କୋମଳଙ୍କ ଏହି ସଫଳତା ତଥା ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପରିଚାଳନା କମିଟିର ସମସ୍ତ ସଦସ୍ୟ, ଗୁରୁଜୀ ଗୁରୁମା ଓ ପ୍ରଧାନାଚାର୍ଯ୍ୟ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଉତ୍ତୋରାତର ଉନ୍ନତି କାମନା କରିଛନ୍ତି ।

Leave A Reply

Your email address will not be published.