mahavir

ଛତ୍ରପୁର ପି.ଏମ୍‌. ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୃତ୍ତିତ୍ଵ ହାସଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ କୃତ୍ତିତ୍ଵ ହାସଲରେ ଉତ୍ତମ ହୋଇଛି । ଦଶମ ପରୀକ୍ଷା ଫଳାଫଳରେ ତୃତୀୟ ଭାଷା ଧନ୍ଦାମୂଳକ ଶିକ୍ଷା କୃଷି ଅଧ୍ୟୟନ ବିଭାଗୀୟ ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ପ୍ରକାଶିତ ଫଳାଫଳରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସର୍ବମୋଟ ୧୭୩ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୧୭୦ ଜଣ ପିଲା ପାସ୍ ହୋଇଥିବା ସୂଚନା ରହିଛି ଏଥିସହିତ ସମିତା ରାଣୀ ସ୍ୱାଇଁ ୫୧୩, ଅର୍ପିତା ପଲାଇ ୪୯୩, ପ୍ରିୟା ପ୍ରିୟଦର୍ଶନୀ ଦାସ ୪୮୭, ଲତିକା ବେହେରା ୪୬୧, ଉଷ୍ମିକା ପାଣିଗ୍ରାହୀ ୪୦୮ ମାର୍କ ରଖିଛନ୍ତି । ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଏଭଳି ଛାତ୍ରଛାତ୍ରୀ ଗୌରବ ହାସଲ କରିବା ସହିତ ସରକାରୀ ବିଦ୍ୟାଳୟର ମହନୀୟତା ବଢାଇଛନ୍ତି । ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ଯାଦବ, କୃଷି ଅଧ୍ୟୟନ ବିଭାଗୀୟ ଶିକ୍ଷୟତ୍ରୀ ଏ କନ୍ୟା କୁମାରୀ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉଦ୍ୟମରେ ଏଭଳି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି ବୋଲି ଅଭିଭାବକଙ୍କ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.