mahavir

ଭଞ୍ଜ କଳାମଣ୍ଡପ ଭୁବନେଶ୍ୱରେ ନାଟ୍ୟ ଧାରାର ନାଟକ “ନୂଆ ସକାଲ” ମଂଚସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ନାଟ୍ୟ ଧାରା କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଭବାନୀ ଶଙ୍କର କଳା ପରିଷଦ, ବଲାଙ୍ଗିର ମଂଚସ୍ଥ କରିଥିଲେ । ଦିଲୀପ କୁମାର ଦୀପଙ୍କ ରଚିତ ଏବଂ ରାଜେନ୍ଦ୍ର ମଲ୍ଲିକଙ୍କ ନିର୍ଦ୍ଦେଶିତ ନାଟକ “ନୂଆ ସକାଲ” ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କିର୍ତ୍ତି ରଂଜନ ସିଂହ, ସଭାକୁ ପରିଚାଳନା କରିଥିଲେ । ଓଡିଶା ନାଟ୍ୟ ସଂଘର ସାଧାରଣ ସମ୍ପାଦକ ସୁଧାଂଶୁ ମୋହନ ଦ୍ୱିବେଦୀ, ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ମଂଚ କଳାକର ଉପେନ୍ଦ୍ର ପତି ଏବଂ ମଂଚ କଳାକାର ବିଷ୍ଣୁ ଚରଣ ସ୍ୱାଇଁ । ନାଟକର ବିଭିନ୍ନ ଭୂମିକାରେ ଥିଲେ ନବୀନ କିଶୋର ବେହେରା, ଇଶ୍ୱରୀ ବେହେରା (ବେବି), ସନ୍ତୋଷ କୁମାର ଡାଂଗ, ସୁନାଧର ବଘାର, ଶିଶୁ କଳାକାର ରୂପେଶ ଠେଲା, ଆଲୋକ ସଂପାତ ଓ ମଂଚ ପରିଚାଳନାରେ ଅଶୋକ କୁମାର ଦୀପ ଏବଂ ଯଦୁନାଥ ବାରିକ । ସାଂପ୍ରତିକ ସମାଜରେ ବରିଷ୍ଠ ନାଗରିକଙ୍କ ଉପରେ ଆଧାରିତ ସମସ୍ୟାକୁ ନେଇ ନାଟକର କାହାଣୀ ଗତିଶୀଳ ହୋଇଥିଲା ।

Leave A Reply

Your email address will not be published.