mahavir

ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିକ ନୃତ୍ୟ ଦିବସ ଅବସରରେ ଏକ ନୃତ୍ୟ ସନ୍ଧ୍ୟା ଆୟୋଜନ କରାଯାଇଥିଲା । ଆୟୋଜିତ ଏହି ନୃତ୍ୟ ସଂଗୀତର ଅପୂର୍ବ ସଂଯୋଜନାର ଆରମ୍ଭରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଏକାଡେମୀର ସଭାପତି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ନାଟ୍ୟକାର, ଲେଖକ, ନିର୍ଦେଶକ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ଘଟେଶ୍ୱର ମିଶ୍ର, ସଂସ୍କୃତି ଗବେଷକ, ଅଧ୍ୟାପକ ସନ୍ଦୀପ କୁମାର କୁଅଁର, କବି କପିଳେଶ୍ୱର ଖମାରୀ, ନାଟ୍ୟକର୍ମୀ ରାମ ପ୍ରସାଦ ଦାଶ ଓ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରେନ୍ଦ୍ରନାଥ ମିଶ୍ର ଯୋଗ ଦେଇଥିଲେ । ଅନୁଷ୍ଠାନର ସଂପାଦିକା ସୁଶ୍ରୀ ଜ୍ୟୋତିରେଖା ତ୍ରିପାଠୀ ମଂଚାସୀନ ହୋଇଥିଲେ । କବି ରତ୍ନମୟ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସାଂସ୍କୃତିକ ସଭାକୁ କବି ରତ୍ନମୟ ତ୍ରିପାଠୀ ସଂଯୋଜନା କରିଥିଲେ । ଅତିଥିମାନେ ଆନୁଷ୍ଠାନିକ ନୃତ୍ୟ ଓ ସଂଗୀତ ଶିକ୍ଷା ଉପରେ ବର୍ତ୍ତମାନ ଗୁରୁତ୍ୱଆରୋପ କରିବା ସହ ସମସ୍ତଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ନୃତ୍ୟ ଗୀତର ଆବଶ୍ୟକତା ରହିଥିବା ପ୍ରକାଶ କରି ବଲାଙ୍ଗିରରେ ଶାସ୍ତ୍ରୀୟ ନୃତ୍ୟର ପରଂପରା ରହିଥିବା ପ୍ରକାଶ କରିଥିଲେ । ପରେ ପରେ ଆରମ୍ଭ ହୋଇଥିଲା ନୃତ୍ୟ କାର୍ଯ୍ୟକ୍ରମ । ଶ୍ରୀୟାଙ୍କ ସଂଯୋଜନାରେ ଏକାଡେମୀର ଛାତ୍ରୀମାନେ ଶ୍ର୍ରୁତି ପଟେଲ, ସ୍ୱାଧୀନତା, ଆଦ୍ୟା, ସରନ୍ୟା, ଶ୍ରୀ, ସିଦ୍ଧି, ସ୍ରିଷ୍ଟି, ପ୍ରତୀକ୍ଷା, ଆରାଧ୍ୟା, ପ୍ରିୟଙ୍କା, ପ୍ରିନସି ଓ ଅନ୍ୟମାନେ ଓଡିଶୀ, ଲୋକନୃତ୍ୟ ଓ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.