ତୁଷୁରା ଏନଏସିରେ ଭୀମ ଭୋଇ ସାମର୍ଥ୍ୟ ଶିବିର

ଗୁଡଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଏସି ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ତୁଷୁରା ତହସିଲଦାର ରବୀନ୍ଦ୍ର ପଟେଲ, ସାମାଜିକ ଅଧିକାରୀ ନବକୃଷ୍ଣ ସାହୁ, ଉପାଧ୍ୟକ୍ଷ ମାମି ଦାସ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଉପସ୍ଥିତ ଥିଲେ । ଏଥିରେ ୨୧୦ ଜଣଙ୍କ ପଞ୍ଜିକରଣ ହୋଇଥିବା ବେଳେ ୫ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଦେବା ସହ ୨୮ ଜଣଙ୍କୁ ଭିନ୍ନକ୍ଷମ ବିଭିନ୍ନ ଉପକରଣ ଦେବା ପାଇଁ ଚିହ୍ନଟ କରାଯାଇଥିଲା । ବିଭିନ୍ନ ବିଭାଗର ବିଶେଷଜ୍ଞ ତଥା ଡାକ୍ତରମାନେ ଉପସ୍ଥିତ ରହି ରୋଗୀମାନଙ୍କୁ ଚିକିତ୍ସା କରିଥିଲେ । ଏଥିରେ ଏନଏସିର ସମସ୍ତ ୱାର୍ଡ କାଉନସିଲର ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

eleven − 3 =