oom

ରୋଟାରୀ କ୍ଲବ ଅଫ୍‌ ବଲାଙ୍ଗିର ସେଣ୍ଟ୍ରାଲ ତରଫରୁ ରକ୍ତଦାନ ଶିବିର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂତନ ରୋଟାରୀ ବର୍ଷ ଆରମ୍ଭ ପାଇଁ ଜୁଲାଇ ୧ ତାରିଖ ଦିନ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲଠାରେ ପ୍ରୋଜେକ୍ଟ ଚେୟାରମେନ ରାଜକୁମାର ମୋଦିଙ୍କ ଦ୍ୱାରା ଅନୁଷ୍ଠିତ । ରକ୍ତଦାନ ଶିବିରରେ ୫୩ଜଣ ରକ୍ତଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କ୍ଲବର ପ୍ରତିଷ୍ଠାତା ବିଷ୍ଣୁ ପ୍ରସାଦ କେଡିଆ ଏବଂ ଗାୟତ୍ରୀ ମନ୍ଦିରର ସଂପାଦକ ଡ. ସୁରେଶ ଷଡଙ୍ଗୀ ଯୋଗ ଦେଇଥିଲେ । କ୍ଲବର ନୂତନ ସଭାପତି ଶୈଳେଶ ଅଗ୍ରୱାଲ ତଥା ବର୍ତ୍ତମାନ ସଭାପତି ରାଜ ନାରାୟଣ ଅଗ୍ରୱାଲ ଏବଂ କୋଷାଧ୍ୟକ୍ଷ ରାଜେଶ କୁମାର ଅଗ୍ରୱାଲ ତଥା ସଂଜୟ ଅଗ୍ରୱାଲ (ସଂଜୁ) ବିଶେଷ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରୋଟାରିୟନ ରାଜୀବ ହୋତା, ଭଜନ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, କହ୍ନେୟା ଅଗ୍ରୱାଲ, କମଳ ଅଗ୍ରୱାଲ, ରାଜେଶ ମଲନ, ହରିବନ୍ଧୁ ନାୟକ, ରାଜେଶ ଜୈନ, ମନୋଜ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.