pakka

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ଯୋଗାଣ ନିମନ୍ତେ ବ୍ଲକସ୍ତରୀୟ ଚିହ୍ନଟ ଶିବିର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର ଓ ସମଗ୍ର ଶିକ୍ଷା ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ଯୋଗାଣ ନିମନ୍ତେ ବ୍ଲକସ୍ତରୀୟ ଚିହ୍ନଟ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠ ଶବର ମୁଖ୍ୟ ଅତିଥି ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ କୁମାର ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀ ତଥା ତାଙ୍କ ଅଭିଭାବକମାନଙ୍କୁ ଉତ୍ସାହିତ କରିଥିଲେ । ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୦୦ ଛାତ୍ରଛାତ୍ରୀ ତଥା ତାଙ୍କ ଅଭିଭାବକମାନେ ଭାଗ ନେଇଥିଲେ । ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ କେନ୍ଦ୍ରରୁ ଆସିଥିବା ସୁରେନ୍ଦ୍ର ଭୋଇ ଓ ବିଶ୍ଵଜିତ କାନୁନଗୋ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିଥିଲେ । ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସଦାଶିବ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ସୁଜିତ ଦଳେଇ, ଜୀତାମିତ୍ର ବିଶି, କେଶବ ଚନ୍ଦନ, ଗଣେଶ ମହାନ୍ତି, ସୁରେଶ ଭୋଇ, ଦଶରଥ ମେହେର, ପ୍ରହଲ୍ଲାଦ ମାଝି, ତରୁଣ ବେହେରା, ଜୟନ୍ତୀ ହଂସ, ବିଶ୍ଵମ୍ବର ବାରିକ, ବଳଦେବ ରଣା, ଗଜବନ୍ଧ ଛୁରା ଓ ମଧୁସୂଦନ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.

nineteen + fourteen =