ପଛୁଆ ବର୍ଗ ସର୍ବେକ୍ଷଣ ଗାଡ଼ିର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଛୁଆ ବର୍ଗ ସର୍ବେକ୍ଷଣ ଗାଡ଼ିକୁ ସବୁଜ ପତାକା ଦେଖାଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଜିଲ୍ଲା ମହକୁମା ଛତ୍ରପୁର କଲେକଟ୍ରେଟ୍ ପରିସରରେ ଏହି ସଚେତନତା ଗାଡ଼ିର ଶୁଭାରମ୍ଭ ହୋଇଛି । ଉଦ୍‌ଘାଟନୀ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍ ଏବଂ ପ୍ରମୁଖ ଉଚ୍ଚପଦାଧିକାରୀ ଗଣ ଉପସ୍ଥିତ ଥିଲେ ।

ସମଗ୍ର ଗଞ୍ଜାମ ଜିଲ୍ଲାରେ ଘୁରି ବୁଲିବ ଏହି ଗାଡ଼ି । ଲୋକମାନେ ନିଜ ନିଜର ଆତ୍ମ ପରିଚୟ ପ୍ରଦାନ କରି ନିଜର କୌଳିକ ବୃତ୍ତି, ଜାତି ସମ୍ବନ୍ଧରେ ପ୍ରକୃତ ତଥ୍ୟ ଦେଇ ସରକାରୀ କର୍ମଚାରୀଙ୍କୁ ପୂର୍ଣ୍ଣ ସହଯୋଗ ଦେବେ ବୋଲି କୁହାଯାଇଛି । ପ୍ରକୃତ ଭାବେ ପଛୁଆ ବର୍ଗର ଲୋକ, ଜାତି, ବର୍ଣ୍ଣ, ବର୍ଗ ଶ୍ରେଣୀଙ୍କ ବାସ୍ତବିକ ଗଣନା କରାଯିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରଖିବ । ଏଥିପାଇଁ ଜନ ସଚେତନତା ଜାରି ରହିବ । ଜନସାଧାରଣ ପ୍ରକୃତ ସତ୍ୟ, ତଥ୍ୟ ପ୍ରଦାନ କରିବା ଜରୁରୀ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.