pr

ପୁଣି ଥରେ ରାଜ୍ୟ ଛାତ୍ର କଂଗ୍ରେସ କମିଟିରେ ଶୁଭମ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଶୁଭମ କୁମାର ସାହୁ ପୁଣି ଥରେ ରାଜ୍ୟ ଛାତ୍ର କଂଗ୍ରେସ କମିଟିରେ ନୂତନ ଭାବେ ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ପୂର୍ବରୁ ସେ ବଲାଙ୍ଗିର ବିଧାନସଭା ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଥିଲେ । ପରେ ତାଙ୍କୁ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟ ସଂଯୋଜକ ଭାବେ ମନୋନୀତ କରାଯାଇଥିଲା ଏବଂ ବିଗତ କିଛି ଦିନ ପୂର୍ବେ ସେ ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ପରିଷଦର ବଲାଙ୍ଗିର ଜିଲ୍ଲା ଉପ ସଭାପତି ଭାବେ ମନୋନୀତ ହୋଇଥିଲେ । ଆଜି ତାଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି । ଶ୍ରୀ ସାହୁ ଓଡ଼ିଶା କଂଗ୍ରେସର ରାଜ୍ୟ ନେତୃ ମଣ୍ଡଳୀ , ରାଜ୍ୟ ଛାତ୍ର କଂଗ୍ରସ ସଭାପତି ୟାସିର ନୱାଜ, ଅନୁଲେଖା ବୋଷାଙ୍କ ସହ ବଲାଙ୍ଗିର ନେତୃ ମଣ୍ଡଳୀ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ସୁରେନ୍ଦ୍ର ସିଂ ଭୋଇ, ସନ୍ତୋଷ ସିଂ ସାଲୁଜାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ଏବଂ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନକୁ ଆହୁରି ମଜବୁତ୍ କରିବା ସହ କଲେଜର ବିଭିନ୍ନ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବି ବୋଲି କହିଛନ୍ତି ।

nrusinghnath
Leave A Reply

Your email address will not be published.