pakka

ଅଇଁଲାଚୁଆଁ ଆଟଗାଁ ରାସ୍ତା ଭିତ୍ତିପ୍ରସ୍ତର ଦେଲେ ନରସିଂହ : କାମାକ୍ଷୀ ପ୍ରାଥମିକ ବିଦ୍ୟାଳୟର ହେଲା ଶୁଭ ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଦିବସରେ ବଲାଙ୍ଗିର ସାଗରପଡା ସ୍ଥିତ ଖୁଜେନପାଲି ପଂଚାୟତର କାମାକ୍ଷୀନଗର ଠାରେ କାମାକ୍ଷୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କୋଠରୀର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଶୁଭ ଉଦ୍‌ଘାଟନ ହୋଇଯାଇଛି । ଗ୍ରାମବାସୀଙ୍କ ଦ୍ୱାରା ବହୁ ଦିନରୁ ଦାବୀ ହୋଇଥିବା ଏହି ବିଦ୍ୟାଳୟର ନିଜସ୍ୱ ଶ୍ରେଣୀଗୃହ ନିର୍ମାଣ ବିଧାୟକ ପାଣ୍ଠି ଅନୁଦାନରୁ ୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି । ଉପସ୍ଥିତ ଗ୍ରାମବାସୀମାନେ ସ୍କୁଲ ପାଇଁ ଆହୁରି ଅତିରିକ୍ତ ଶ୍ରେଣୀ ଗୃହ ଏବଂ ମଧ୍ୟାହ୍ନ ଭୋଜନ ପାଇଁ ରନ୍ଧା ଘରର ଆବଶ୍ୟକତା ଉପରେ ବିଧାୟକ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଠାକାର ଗ୍ରାମବାସୀମାନେ ମଧ୍ୟ ଭୂମିହୀନ ଗରିବ ଶ୍ରେଣୀର ଥିବାରୁ ସେମାନେ ବାସ କରୁଥିବା ସରକାରୀ ଜମିରେ ଆବାସ ଗୃହ ସହିତ ଜମିପଟ୍ଟା ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ ଯାହାକି ବିଧାୟକ ଶ୍ରୀ ମିଶ୍ର ଫୋନ ଯୋଗେ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇ ଏହି ଅଂଚଳରେ ରହୁଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଓ ଜମି ପାଇଁ ଏକ ସର୍ବେକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ବରକାନି ପଂଚାୟତ ଅନ୍ତର୍ଗତ ଅଇଁଲାଚୁଆଁ ଠାରୁ ପୂର୍ତ୍ତ ବିଭାଗ ରାସ୍ତା ଆଟଗାଁ ପର୍ଯ୍ୟନ୍ତ ଏକ ରାସ୍ତାର ଭିତ୍ତିପ୍ରସ୍ତର ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ଯାଇଅଛି । ବିଧାୟକ ପାଣ୍ଠିର ରାସ୍ତା ପାଇଁ ଥିବା ଅନୁଦାନରୁ ୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ରାସ୍ତା ପାଇଁ ଗ୍ରାମବାସୀମାନେ ଅନେକ ଦିନରୁ ଅନୁରୋଧ କରିଥିଲେ । ଉପସ୍ଥିତ ଗ୍ରାମବାସୀମାନଙ୍କର ଦାବି ମୁତାବକ ଏହି ରାସ୍ତା ପାଇଁ ଆହୁରି ଅଧିକ ଅର୍ଥ ଯଦି ଦରକାର ହେବ ତାହାର ମଧ୍ୟ ଅଟକଳ ପ୍ରସ୍ତୁତ କରିବାକୁ ଉପସ୍ଥିତ କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ପାଇଁ ଅନୁଦାନ ଯଥା ଗାଁରେ ଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଭତ୍ତା ଓ ବାସଗୃହ ଯୋଗାଇଦେବା ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଉପସ୍ଥିତ ଏବିଡିଓ ରାମଦତ୍ତ ଭୋଇଙ୍କୁ ବିଧାୟକ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ଖୁଜେନପାଲି ଏବଂ ଅଇଁଲାଚୁଆଁ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଏବିଡିଓ ରାମଦତ୍ତ ଭୋଇ, ବଲାଙ୍ଗିର ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ଖୁଜେନପାଲି ସରପଂଚ ସତ୍ୟବାନ ସାହୁ, ବିଧାୟକଙ୍କ ଶିକ୍ଷାବିଭାଗ ପ୍ରତିନିଧି ବାମଦେବ ମିଶ୍ର, ବ୍ଲକ ପ୍ରତିନିଧି କିଶୋର କୁମାର ସିଂହନିନା, ବ୍ଲକ କନିଷ୍ଠ ଯନ୍ତ୍ରୀ ଇଂ. ସାହୁ, ବ୍ଲକ ଉପ-ଶିକ୍ଷାଧିକାରୀ କୈଳାସ କୁମ୍ଭାର, ସନ୍ତକ ବହିଦାର, ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nineteen − nineteen =