pakka

ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ବକ୍ତୃତା ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଇନ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରି ଆଜିର ସମୟରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଭଳି ବ୍ୟକ୍ତିତ୍ୱ ଓ ରାଜନେତାଙ୍କ ଅଭାବ ଓ ଏହି ମହାପୁରୁଷମାନଙ୍କ ଜୀବନ ଓ ଦର୍ଶନ ଉପରେ ମତବ୍ୟକ୍ତ କରିଥିଲେ । ଗିରିଶ ଚନ୍ଦ୍ର ହୋତା, ବ୍ୟାସଦେବ ନନ୍ଦ ଓ ଅଖିଳ ହୋତା ବିଚାରକ ମଣ୍ଡଳି ରୂପେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କ ମାନ ନିର୍ଦ୍ଧାରଣ କରିଥିଲେ । ଏହି ବକ୍ତୃତା ପ୍ରତିଯୋଗିତାରେ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ବକ୍ତୃତ୍ୱ ପ୍ରଦାନ କରିବା ସୁଯୋଗ ଦିଆଯାଇଥିଲା । ଏଥିରେ ସମୁଦାୟ ୩୭ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୨୨ ଜଣ ଇଂରାଜୀରେ ଓ ୧୫ ଜଣ ଓଡିଆ ଭାଷାରେ ନିଜର ବକ୍ତୃତ୍ୱ ରଖିଥିଲେ । ସମସ୍ତ ପ୍ରତିଯୋଗୀ ନିଜ ନିଜ ଭାଷାରେ ଗାନ୍ଧୀଙ୍କ ଆଦର୍ଶ ଓ ଶାସ୍ତ୍ରୀଙ୍କ ମହନୀୟତାକୁ ପାଳନ କରିବା ଅତି କଷ୍ଠକର ହେବା ସତ୍ୱେ ଏହା ହିଁ ଆଗାମୀ ଭାରତକୁ ଦିଗଦିର୍ଶନ ଦେବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଇଂରାଜୀ ଭାଷାରେ ଅମିତ କୁମାର ଦାଶ ପ୍ରଥମ ସ୍ଥାନ, ଶିଳ୍ପା ଶର୍ମା ଦ୍ୱିତୀୟ ଓ ଶୁଭଶ୍ରୀ ପାତ୍ର ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ସେହିପରେ ଓଡିଆ ଭାଷାରେ ନିତିଶ ପ୍ରଧାନ ପ୍ରଥମ, ଅନୁଷ୍କା ରାଉତ ଦ୍ୱିତୀୟ ଓ ଖୁସ୍‌ବୁ ଦାଶ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ଆଜିର ଏହି କାର୍ୟ୍ୟକ୍ରମରେ ଅଜିତ ମହାନନ୍ଦ, ଅମିୟ ବଗାର୍ତ୍ତି, ଗାର୍ଗି ମିଶ୍ର, ଅଙ୍କିତା ପଟ୍ଟନାୟକ, ସ୍ୱିଟି ସାଗର, ଅଂଚଲ ପଣ୍ଡା, ଟିଲୁ ସେନ, ଓମ ରାଉତ, ନିରଞ୍ଜନ ମିଶ୍ର, କିଶନ ମୁଗ୍ରୀ, ନରେନ ବେହେରା ଓ ଜିଲ୍ଲା ଛାତ୍ର ସଭାପତି ଅଙ୍କିତ ସାହୁ ସମସ୍ତ କାର୍ୟ୍ୟକ୍ରମର ସଂଯୋଜନା କରିଥିଲେ ।

Leave A Reply

Your email address will not be published.

17 + 17 =