ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ବୃଦ୍ଧାଶ୍ରମରେ ପାଳିଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର
କଟକ, (କେପିଏନ୍ଏସ୍) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ କଟକର ନରାଜ ସ୍ଥିତ ଶ୍ରଦ୍ଧା ଓ ସାଧନା ବୃଦ୍ଧାଶ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ତଥା ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ।

୭୫ ବର୍ଷରେ ପାଦ ଥାପିଛନ୍ତି ଓଡିଶାବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଗତ କୋଡ଼ିଏ ବର୍ଷ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରିକୋଟି ଓଡିଆଙ୍କ ପାଇଁ କେବଳ ଗୋଟିଏ ନାଁ ନୁହଁ, ଗୋଟିଏ ଅନୁଷ୍ଠାନ ପାଲଟି ଯାଇଛନ୍ତି ।

ରାଜ୍ୟବାସୀ ଦୀର୍ଘ ୮ ମାସ ହେବ କରୋନା ସହ ଲଢେଇ କରୁଥିବାରୁ ନିଜ ଜନ୍ମଦିନରେ ନବୀନ ନିବାସ ନ ଆସି, ଦୁଃଖୀ, ଦରିଦ୍ର, ଅସହାୟ ଲୋକଙ୍କ ପାଖକୁ ଯାଇ ଖୁସୀ ବାଣ୍ଟିବା, ରକ୍ତଦାନ କରିବା ଓ ଗୁରୁତର କୋଭିଡ ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରିବାକୁ ଦଳୀୟ ନେତା, କର୍ମୀ ଓ ଜନସାଧାରଣଙ୍କୁ ଆହ୍ଵାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଏହି କ୍ରମରେ ରାଜ୍ୟ ପର୍ୟ୍ୟଟନ ଉନ୍ନୟନ ନିଗମ ( ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଜି କଟକ ନରାଜ ସ୍ଥିତ ଶ୍ରଦ୍ଧା ଓ ସାଧନା ବୃଦ୍ଧାଶ୍ରମ କୁ ଯାଇ ସେଠାରେ ରହୁଥିବା ଅନ୍ତେବାସୀ ଙ୍କ ସମୟ କାଟିଛନ୍ତି । ଆଶ୍ରମର ସମସ୍ତ ଅନ୍ତେବାସୀ ଓ କର୍ମଚାରୀଙ୍କୁ କରୋନା ପାଇଁ ସଚେତନତା ବାର୍ତ୍ତା ବାଣ୍ଟିବା ସହ ସେମାନଙ୍କୁ ଶାଢୀ, ଶୀତବସ୍ତ୍ର, ମାସ୍କ, ସାନିଟାଇଜର, ଫଳ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରିଥିଲେ ।

ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମହାନ୍ତି, ବିଜୁ ଛାତ୍ର ଜନତା ଦଳର କଟକ ଜୋନ୍ ସଭାପତି ସ୍ମୁତିରଞ୍ଜନ ଦାଶ, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଅଂଶୁମାନ ରଶ୍ମି ସାଗର ସେଠି, ଅପର୍ଣ୍ଣା ଦାସ, ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦିକା ସ୍ଵରାଜ ଲଷ୍ମୀ ସାମଲ, ରାଜ୍ୟ ଛାତ୍ର ବିଜେଡି ଉପସଭାପତି ଭବାନୀ ଶଙ୍କର ଦାଶ, ଚିନ୍ମୟ ଦାସ, ରାଜ୍ୟ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ପ୍ରୀତି ପ୍ରିୟଙ୍କା, ଦୀପିକା ସାହୁ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦିକା ଲଷ୍ମୀପ୍ରିୟା ଦୀକ୍ଷୀତ୍, ଯୁଗ୍ମ ସମ୍ପାଦିକା – ସୁପ୍ରିତି ନାଥ ଶର୍ମା, ସୋନାଲି ସାହୁ, ପୁର୍ଣିମା ବେହେରା ଓ ଡାକ୍ତର ସ୍ୱାଗତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
