csstore

ଶ୍ରୀହରି ନାମ ପ୍ରଚାର ସମିତି ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ପ୍ରବଚିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରି ନାମ ପ୍ରଚାର ସମିତି ବଲାଙ୍ଗିର ପକ୍ଷରୁ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନ୍ନପୂର୍ଣ୍ଣା ନଗର, ବିଷ୍ଣୁମୁଣ୍ଡା, ଦୁର୍ଗାଚରଣ ସାହୁଙ୍କ ପ୍ରାଙ୍ଗଣଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରବଚିକା ଏଲୋରା ମିଶ୍ର ଶ୍ରୀହରି କଥା ପରିବେଷଣ କରିଥିଲେ । ଏହି ଅବସରରେ ଉପ-ସଭାପତି ସୀତାଂଶୁ ନାୟକ, ସମ୍ପାଦକ ଦୁର୍ଗା ଚରଣ ସାହୁ, ସହ-ସଂପାଦକ ଦେବାଶିଷ ମିଶ୍ର, ସରିତା ସାହୁ, କବିତା ସାହୁ, ଅଶୋକ ମିଶ୍ର, ଚୁଡେନ୍ଦ୍ର ବେହେରା, ଭାଗିରଥି ସାହୁ, ମଦନ ମୋହନ ରଥ, ପ୍ରଦୀପ ପଶାୟତ, ଅରୁଣ ଖୁଆସ, ତ୍ରିନାଥ ସାହୁ, ମହିଳା କମିଟି ସଭାପତି ବନଶ୍ରୀ ବେହେରା, ଲୀନା ମହାନ୍ତି, ପ୍ରତିମା ମଟାରୀ, କସ୍ତୁରୀ ରଥ, ତପସ୍ୱିନୀ ପଶାୟତ, ସଞ୍ଜୁଲତା ମିଶ୍ର, ସାଧୁରାମ ସାହୁ, ସୁହାସିନୀ ନନ୍ଦ, ପ୍ରଭଞ୍ଜନୀ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବିକାଶ ଷଡଙ୍ଗୀ ଏବଂ ତାଙ୍କ ସାଥୀ ବୃନ୍ଦ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ।

jayashree
Leave A Reply

Your email address will not be published.