pakka

ମୁରଲୀଧର ଦୂତିଆଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଚାନ୍ଦିପୋଷ ଅଞ୍ଚଳର ଜଣାଶୁଣା ସାମାଜିକ କାର୍ଯ୍ୟକର୍ତ୍ତା ତଥା ବୁଦ୍ଧିଜୀବୀ ମୁରଲୀଧର ଦୂତିଆଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଆଜି ତାଙ୍କ ପୈତୃକ ଗ୍ରାମ ଚନ୍ଦ୍ରପୁର ସ୍ଥିତ କମ୍ୟୁନିଟି ସେଣ୍ଟର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ମୁରଲୀଧରଙ୍କ ଫୋଟୋ ଚିତ୍ରରେ ଧୂପଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କଲାପରେ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁରଲୀଧରଙ୍କ ତ୍ୟାଗ ଓ ସମର୍ପଣମୟ ଜୀବନ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିବା ବେଳେ ଦୁଃଖୀଜନଙ୍କ ପ୍ରତି ରହିଥିବା ତାଙ୍କ ସେବା ମନୋଭାବ ଚିରସ୍ମରଣୀୟ ହୋଇ ରହିବ ବୋଲି ମତପ୍ରକାଶ ପାଇଥିଲା । ମୁରଲୀଧର କମଳା ଦୂତିଆଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସିଆର୍‌ପିଏଫ୍‌ର ଡ଼ିଆଇଜି ଦୟାନିଧି ତନ୍ତୀ, ମଥୁରା ତନ୍ତୀ, ସାବିତ୍ରୀ ଦୂତିଆଚାନ୍ଦ, ନରେଶ ମଲ୍ଲିକ, ସରସ୍ୱତୀ ତନ୍ତୀ, ରାଜେଶ ତନ୍ତୀ, ରାଜୁ ଦୂତିଆଚାନ୍ଦ, ଭାରତୀ ଦୂତିଆଚାନ୍ଦ, ବିଶ୍ୱନାଥ ଦୂତିଆଚାନ୍ଦ, ସୁକାନ୍ତ ଚାନ୍ଦ, ସରିତା ଚାନ୍ଦ, ପ୍ରଶାନ୍ତ ଚାନ୍ଦ, ସଞ୍ଜୁ ଚାନ୍ଦ, ଲଳିତା ଚାନ୍ଦ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

four + 15 =