ଯାଦବ ସମାଜ ଜିଲ୍ଲା ସଭାପତି ସ୍ୱର୍ଗତ ଲମ୍ବୋଦର ମଲ୍ଲିକଙ୍କ ଅକାଳ ବିୟୋଗରେ ଶୋକ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଯାଦବ ସମାଜ ତରଫରୁ କୋଭିଡ-୧୯ ଗାଇଡ ଲାଇନ ପାଳନ ପୂର୍ବକ ଦୂରତା ରକ୍ଷା କରି ବରଗଡ଼ ଜିଲ୍ଲା ଯାଦବ ସମାଜ ଜିଲ୍ଲା ସଭାପତି ଲମ୍ବୋଦର ମଲ୍ଲିକଙ୍କ ଅକାଳ ବିୟୋଗ ହୋଇ ଯାଇଥିବାରୁ ଏକ ଶୋକ ସଭା ପାଇକମାଲ ବ୍ଲକ ସଭାପତି ବନମାଳୀ ଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ସେ ଜଣେ ସରଳ, ନିଷ୍ଠାପର, ସଂଗଠକ ତଥା ଜନ ପ୍ରତିନିଧି ଥିଲେ । ତାଙ୍କ ଆଦର୍ଶ ଓ ସାଂଗଠାନିକ ପଦକ୍ଷେପ ଉପରେ ବିଭିନ୍ନ ବ୍ୟକ୍ତି ମତବ୍ୟକ୍ତ କରିଥିଲେ । ଏହି ଶୋକ ସଭାରେ ଡୋଲାମଣି ମାହାର, ଗାନ୍ଧୀ ବାଗ, ସୁବାସ ଚନ୍ଦ୍ର ହଂସ, ଗୋବର୍ଦ୍ଦନ ମାହାର, ସହଦେବ ବାଗ, ବାଳକୃଷ୍ଣ ବନଛୋର ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.