ଦୋ’ ଛକିରେ ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାସ୍ତା କଡରେ ରହିଅଛି । ଉକ୍ତ ରାସ୍ତାରେ ବିଜୁ ହାଇୱେ ଯିବାରୁ ଜମି ଅଧିଗ୍ରହଣ କରି ଗ୍ରାମବାସୀଙ୍କ ସହଯୋଗରେ ଅନ୍ୟ ଠାରେ ବିଦ୍ୟାଳୟ ଠିକାଦାର ଜରିଆରେ ତିଆରି କରାଗଲା । ବିଦ୍ୟାଳୟ ସମ୍ପୁର୍ଣ୍ଣ ଭାବେ ନିର୍ମାଣ ଶେଷ ହେବା ପୂର୍ବରୁ ପୁରାତନ ବିଦ୍ୟାଳୟକୁ ଭାଙ୍ଗି ଦିଆଗଲା । କରୋନା ପାଇଁ ଛୁଟି ଥିବାରୁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଉନାହାଁନ୍ତି । ଏବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଶିକ୍ଷକ ଶିକ୍ଷୟତ୍ରୀମାନ ବିଦ୍ୟାଳୟ ଯିବେ । ସେମାନେ ପୁରାତନ ବିଦ୍ୟାଳୟରେ ସାମଗ୍ରୀ ଥିବାରୁ ଠିଆ ହୋଇ ପାରୁନାହାନ୍ତି । ସେଆଡେ ନବନିର୍ମିତ ବିଦ୍ୟାଳୟ ସମ୍ପୁର୍ଣ୍ଣ ହୋଇଛି । କିନ୍ତୁ ସେଠାରେ ଆବଶ୍ୟକୀୟ ପାନୀୟ ଜଳ, ଶୌଚାଲୟ ଓ ବିଦ୍ୟୂତ ବ୍ୟବସ୍ଥା ହୋଇନାହିଁ । ଗ୍ରାମବାସୀ ଅନେକ ଥର ପ୍ରଶାସନକୁ ଜଣାଇଛନ୍ତି, କିନ୍ତୁ ସୁଫଳ ମିଳୁନାହିଁ । ଯଦି ବିଦ୍ୟାଳୟ ଖୋଲାଯିବ ତେବେ ଛାତ୍ରଛାତ୍ରୀ କେମିତି ପଢିବେ, ସେ ଚିନ୍ତାରେ ଗ୍ରାମବାସୀ ଅଛନ୍ତି । ବିଦ୍ୟାଳୟ ଖୋଲାଯିବା ଆଗରୁ ନୂତନ ନିର୍ମାଣ ବିଦ୍ୟାଳୟ ସମ୍ପୁର୍ଣ୍ଣ ନ ହେଲେ ଗ୍ରାମବାସୀଙ୍କ ଦ୍ୱାରା ଆନ୍ଦୋଳନକୁ ଏଡାଇ ଦିଆ ଯାଇ ନପାରେ । ପାଇକମାଲ ବିଇଓ ଦୃଷ୍ଟି ଦେବା ପାଇଁ ଅନୁରୋଧ ।

Leave A Reply

Your email address will not be published.