pakka

ଟିକ୍ରାପଡା ଗାନ୍ଧୀପାଠାଗାରରେ ସ୍ୱର୍ଗତ ସୂର୍ଯ୍ୟଭାନୁ ମିଶ୍ରଙ୍କ ବିୟୋଗରେ ଶୋକସଭା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ଟିକ୍ରାପଡା ଗାନ୍ଧୀ ପାଠାଗାର ପରିସରରେ ପାଠାଗାରର ଆଜୀବନ ସଭ୍ୟ, ଶୁଭେଚ୍ଛୁ ତଥା ବିଶିଷ୍ଟ ରାଜନେତା ସ୍ୱର୍ଗତ ସୂର୍ଯ୍ୟଭାନୁ ମିଶ୍ରଙ୍କ ବିୟୋଗରେ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସମସ୍ତ ସଭ୍ୟ ଉପସ୍ଥିତ ଥାଇ ସ୍ୱର୍ଗତ ସୂର୍ଯ୍ୟଭାନୁ ମିଶ୍ରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ପାଠାଗାରର ପ୍ରତିଷ୍ଠାତା ସଭ୍ୟ ତଥା ବଲାଙ୍ଗିର ନାଗରିକ କମିଟିର ସଭାପତି ବିକ୍ରମାନନ୍ଦ ବହିଦାର ନିଜ ବକ୍ତବ୍ୟରେ ସୂର୍ଯ୍ୟଭାନୁ ମିଶ୍ର ଜଣେ ବିଚକ୍ଷଣ ରାଜନେତା ଥିଲେ ଏବଂ ବିଭିନ୍ନ ସାଂସ୍କୃତିକ, ଧାର୍ମିକ ତଥା ସାମାଜିକ ଅନୁଷ୍ଠାନର ମୁଖ୍ୟ ପୁରୋଧା ଥିଲେ ବୋଲି କହିଥିଲେ । ପାଠାଗାରର ଅଧ୍ୟକ୍ଷ ଭଗବାନ ବଗର୍ତ୍ତି ସ୍ୱର୍ଗତ ମିଶ୍ରଙ୍କ ସ୍ମୃତି·ରଣ କରି ପ୍ରକାଶ କରିଥିଲେ ଯେ, ସେ ବେନ୍ଦ୍ରା ଗ୍ରାମରେ ଜନ୍ମ ଗ୍ରହଣ କରି ବଲାଙ୍ଗିରରେ ଶିକ୍ଷାପ୍ରାପ୍ତ କଲା ପରେ ଓକିଲାତି କରି ସରକାରୀ ଓକିଲ ହୋଇଥିଲେ ଏବଂ ସେ ଏକାଧାରରେ ନାଟ୍ୟକାର, ରାଜନୈତିଜ୍ଞ, ଆଗଲପୁର ବ୍ଲକ ଅଧ୍ୟକ୍ଷ, ଓଡିଶା ପ୍ରଦେଶ କଂଗ୍ରେସର ଉପସଭାପତି, ଦୁଇ ଥର ରାଜ୍ୟ ଖଦିବୋର୍ଡ ଅଧ୍ୟକ୍ଷ, ଲୋଇସିଂହା ନିର୍ବାଚନ ମଣ୍ଡଳୀର ତିନି ଥର ବିଧାୟକ ପ୍ରାର୍ଥୀ ହୋଇଥିଲେ । ସେ ଓଡିଶା ତଥା ବଲାଙ୍ଗିରର ଜଣେ ବିଚକ୍ଷଣ ରାଜନେତା ଥିଲେ । ପାଠାଗାରର ବରିଷ୍ଠ ସଭ୍ୟ ନୀଳମଣି ମିଶ୍ର, ବରିଷ୍ଠ ସଭ୍ୟ ବୈଷ୍ଣବ ଚରଣ ସାହୁ, ବିଡିଜିଏ ସଂପାଦକ ସଂଗ୍ରାମ ବହିଦାର ପ୍ରମୁଖ ସ୍ୱର୍ଗତ ସୂର୍ଯ୍ୟଭାନୁ ମିଶ୍ରଙ୍କ ବଲାଙ୍ଗିର ପାଇଁ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ । ପାଠାଗାର ସଂପାଦକ ପ୍ରଦୀପ ସାହୁ ସ୍ୱର୍ଗତ ମିଶ୍ରଙ୍କ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଶୋକ ସଭାରେ ପାଠାଗାର କୋଷାଧ୍ୟକ୍ଷ ରାଜେନ୍ଦ୍ର ପାଣି, ସଭ୍ୟ ଅଜିତ ପଣ୍ଡା, ପ୍ରମୋଦ ସାହୁ ତଥା ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nine − three =