csstore

ସଡ଼କ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ଼ ବେଲଗାଁ ମୁଖ୍ୟ ଜାତୀୟ ରାଜପଥ ୫୯ ସ୍ଥିତ ରିଗଡୁଲ ଗାଁ ନିକଟରେ ଥିବା କର୍ଲାଜୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟିଟିଲାଗଡ଼ ବ୍ଲକ ଲୁଥୁରବନ୍ଧ ଗାଁର ପିତା ହେର୍ଣ୍ଣାଙ୍କ ପୁଅ ଗୋପାଳ ହେର୍ଣ୍ଣା(୧୯) ଏବଂ କଟାପଡା ଗାଁର ଟଙ୍କ କଟାଙ୍କ ପୁଅ ଆହ୍ଲାଦ କଟା(୧୭) ଏକ ବାଇକରେ ବିଜେପୁର ଗାଁକୁ ଯାଇ ଫେରୁଥିବା ବେଳେ ରିଗଡୁଲ ଗାଁ ନିକଟରେ ଥିବା କର୍ଲାଜୋର ଉପରେ ବାଇକ ଭାରସାମ୍ୟ ହରାଇ ବ୍ରିଜ ବା ପୋଲ ଉପରୁ ତଳକୁ ଖସି ପଡିଥିଲେ । ଗୋପାଳ ହେର୍ଣ୍ଣା ନାମକ ଯୁବକର ମୃତ୍ୟୁ ଘଟିଥିବା ବେଳେ ପାଣିରେ ବୁଡି ରହିଥିବା ଆହ୍ଲାଦ କଟାକୁ ଟିଟିଲାଗଡ଼ ଦମକଳ ବାହିନୀ ଏବଂ ପୋଲିସ ପ୍ରଶାସନ ପହଂଚି ଘଟଣାସ୍ଥଳରୁ ଗୁରୁତର ଭାବରେ ଆହ୍ଲଦ କଟାକୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣି ଭର୍ତି କରିଥିବା ଜଣାପଡିଛି । ଆହ୍ଲାଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ମୃତକ ଜଣକ ଏକ କଲେଜ ଛାତ୍ର ହୋଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.