csstore

ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାରୀ, ସାଧାରଣ ସଂପାଦକ ବଳରାମ ମିଶ୍ର, ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ, ସଂଗଠନ ସଂପାଦକ ଶରତ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ଗୋପବନ୍ଧୁ ଶତପଥୀ ତଥା ଅନ୍ୟ ସଦସ୍ୟମାନେ ଶୋକ ବ୍ୟକ୍ତ କରିଛନ୍ତି ।

ବଲାଙ୍ଗିର ଜିଲ୍ଲା ପାଟଣାଗଡଗଡ ଉପଖଣ୍ଡରେ ପ୍ରଗତିବାଦୀ ଖବରକାଗଜରେ ଦୀର୍ଘ ଦିନ ଧରି କାମ କରିଥିବା ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ସାହୁ(୭୫)ଙ୍କ ଆଜି ସକାଳ ୫ଟାବେଳେ ମୃତ୍ୟୁ ହୋଇଯାଇଥିଲା । ସେ ଗତ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଆଜି ସକାଳୁ ୫ଟାରେ ଟୟଲେଟକୁ ଯାଇଥିବା ବେଳେ ହଠାତ୍‌ ପଡିଯାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଏହି ଖବର ପ୍ରଚାରିତ ହେବାପରେ ପାଟଣାଗଡ ତଥା ସାରା ବଲାଙ୍ଗିର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । କୈଳାଶ ବାବୁ ପ୍ରଥମେ ଧରିତ୍ରୀ ଖବରକାଗଜରେ ସାମ୍ବାଦିକତା ଆରମ୍ଭ କରି ପରେ ପ୍ରଗତିବାଦୀରେ ସାମ୍ବାଦିକତା କରୁଥିଲେ । ଅଳ୍ପ କିଛି ମାସ ପୂର୍ବରୁ ସେ ତାଙ୍କ କାର୍ଯ୍ୟରୁ ଅବ୍ୟାହତି ନେଇଥିଲେ । ତାଙ୍କ ମୃତ୍ୟୁରେ ବଲାଙ୍ଗିର ସାମ୍ବାଦିକ ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି ସାମ୍ବାଦିକ ମହଲରେ କୁହାଯାଉଛି । କୈଳାସ ବାବୁ ପାଟଣାଗଡ ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ରହିଥିବା ବେଳେ ପୂର୍ବରୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ଭାରପ୍ରାପ୍ତ ସଭାପତି ମଧ୍ୟ ରହିଥିଲେ । ତାଙ୍କ ବିୟୋଗରେ ପ୍ରଗତିବାଦୀର ପ୍ରକାଶକ ଶିବପ୍ରସାଦ ବିଶ୍ୱାଳ, କଳାହାଣ୍ଡ ିଜୋନ ଡିଜିଏମ କମ୍ବୁପାଣି ମିଶ୍ର, ପ୍ରଗତିବାଦୀର ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସମସ୍ତ ବ୍ଲକ ପ୍ରତିନିଧି,ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ, ପୂର୍ବତନମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ବଲାଙ୍ଗିର ଓୟୁଜେର ସଭାପତି ଦୀପକ ସାମାଦାର, ସଂପାଦକ ପ୍ରଦୀପ୍ତ ମିଶ୍ର, ପ୍ରେସକ୍ଲବର ସଭାପତି ଅରୁଣ ମିଶ୍ର, ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ, ମନରଂଜନ ଯୋଷୀ, ରଂଜିତ ବେହେରା, ଋତରାଜ ସିଂ, ସଦାଶିବ ସରାଫ, ନବୀନ ପଶାୟତ, ଘଟେଶ୍ୱର ମିଶ୍ର, ଜ୍ୟୋସ୍ନା ଦାଶ, ସୁଧୀର ମିଶ୍ର, ଶରତ ମହାକୁର, ଲକ୍ଷ୍ମୀକାନ୍ତ ମିଶ୍ର, ବଂଶୀଧର ସେଠ, ବୀରେନ୍ଦ୍ର ଝାଙ୍କର, ସୁନୀଲ ମହାନ୍ତି, ବିଶ୍ୱଜିତ ଦାଶ, ଶିଶିର ଶତପଥୀ, ଦୀପକ ପୁରୋହିତ, ଦେବାଶିଷ ମିଶ୍ର, ପ୍ରଶାନ୍ତ ମହାକୁର, ଗୁରୁଦୟାଲ ହଂସ, ବିମଳେନ୍ଦୁ ସାହୁ, ଶ୍ୟାମପ୍ରସାଦ ଗୁରୁ, ଶ୍ୟାମସୁନ୍ଦର ମେହେର, ଅଜିତ ସାହୁ, ଅଶୋକ ବିଶି, ହୁଲେଶ୍ୱର ହଂସ, ଦୀପକ ମିଶ୍ର, ଗୋରେଖନାଥ ବରିହା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.