pakka

ଗୁରୁବାରରୁ ପୁରୁଣାପାଣିରେ ଆଞ୍ଚଳିକ ଶୀତଳଷଷ୍ଠୀ ମହୋତ୍ସବ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନରୁ ରବିବାର ଦିନ ପର୍ଯ୍ୟନ୍ତ ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ପୁରୁଣାପାଣି ଗାଁରେ ଦେଓଗାଁ ବ୍ଲକର ମକୁନ୍ଦପୁର, କୁଳୁତାପଡ଼ା, ଅର୍ଜୁନପୁର, ଘୁଡ଼ଖାପଲା, ଗୌଡ଼ଗୋଠ ଓ ବଡ଼ବାହାଲ ଏବଂ ପୁଇଁନ୍ତଲା ବ୍ଲକର ମହିମୁଣ୍ଡା ମୋଟ ୮ଟି ପଞ୍ଚାୟତକୁ ନେଇ ଗଠିତ ଆଞ୍ଚଳିକ ଶୀତଳଷଷ୍ଠୀ ମହୋତ୍ସବ ଅନୁଷ୍ଠିତ ହେବ। ପୁରୁଣାପାଣି ସୁଲିଆ ବୁଢ଼ା ପାଦ ଦେଶରେ ଅନୁଷ୍ଠିତ ହେଉଥିବା ୧୮ତମ ଶିବ ବିବାହ ଉପଲକ୍ଷେ ପ୍ରଥମ କରି ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ବୁଧବାର ସନ୍ଧ୍ୟାରେ ପୁରୁଣାପାଣି ଗାଁରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କମିଟିର ସଭାପତି ତଥା ପୂର୍ବତନ ସରପଞ୍ଚ ଚକ୍ରଧର ମଲ୍ଲିକ, ଉପସଭାପତି ପ୍ରଫୁଲ୍ଲ ଦାଶ, ସଂପାଦକ ତଥା ଆଦିବାସୀ ନେତା ମୟ ପ୍ରଧାନୀ, ସହ ସଂପାଦକ ଅନନ୍ତ ଚୌହାନ ଓ କୋଷାଧ୍ୟକ୍ଷ ପରମେଶ୍ୱର ନାୟକ ସୂଚନା ଦେଇଚନ୍ତି।

Leave A Reply

Your email address will not be published.

17 − sixteen =