pakka

ମେ’ ୨୦୨୨ରେ ୧, ୪୦, ୮୮୫ କୋଟି ଟଙ୍କା ମୋଟ ଜିଏସ୍‌ଟି ରାଜସ୍ୱ ଆଦାୟ; ଗତ ଏହି ସମୟ ତୁଳନାରେ ଶତକଡା ୪୪ଭାଗ ଅଧିକ

bbehera
  • ଜିଏସ୍‌ଟି ପ୍ରବର୍ତ୍ତନ ହେବା ପରଠାରୁ ଚତୁର୍ଥ ଥର ପାଇଁ ଏହାର ଆଦାୟ ୧. ୪୦ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ମାର୍ଚ୍ଚ ୨୦୨୨ରୁ ଲଗାତାର ତୃତୀୟ ମାସ ନିମନ୍ତେ

ନୂଆଦିଲ୍ଲୀ, (ପିଆଇବି) : ମେ’ ୨୦୨୨ରେ ମୋଟ ଜିଏସ୍‌ଟି ରାଜସ୍ୱ ଆଦାୟ ପରିମାଣ ୧, ୪୦, ୮୮୫ କୋଟି ଟଙ୍କା ହୋଇଛି । ସେଥିରୁ ସିଜିଏସ୍‌ଟି ୨୫, ୦୩୬ କୋଟି ଟଙ୍କା ହୋଇଥିବା ବେଳେ ଏସଜିଏସ୍‌ଟି ୩୨, ୦୦୧ କୋଟି ଓ ଆଇଜିଏସ୍‌ଟି ୭୩,୩୪୫କୋଟି ଟଙ୍କା (୩୭,୪୬୯କୋଟି ଟଙ୍କା ଜିନିଷପତ୍ର ଆମଦାନୀ ବାବଦ) ଓ ସେସ୍ ୧୦, ୫୦୨ କୋଟି (ସେଥିରୁ ୯୩୧କୋଟି ସାମଗ୍ରୀ ଆମଦାନୀ ବାବଦକୁ ଆସିଛି ।
ସରକାର ଆଇଜିଏସ୍‌ଟିରୁ ୨୭, ୯୨୪ କୋଟି ଟଙ୍କା ସିଜିଏସ୍‌ଟି ଓ ୨୩, ୧୨୩ କୋଟି ଟଙ୍କା ଏସଜିଏସ୍‌ଟି ବାବଦକୁ ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ୱ ମେ’ ୨୦୨୨ ନିୟମିତ ଧାର୍ଯ୍ୟ ଆବଣ୍ଟନ ପରେ ସିଜିଏସ୍‌ଟି ପାଇଁ ୫୨,୯୬୦ କୋଟି ଓ ଏଜସିଏସ୍‌ଟି ବାବଦକୁ ୫୫, ୧୨୪କୋଟି ଟଙ୍କା ହୋଇଛି । ଏହା ବ୍ୟତୀତ କେନ୍ଦ୍ର ୩୧.୫.୨୦୨୨ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ବାବଦ ୮୬,୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ଗତବର୍ଷ ଏହି ମାସ ସୁଦ୍ଧା ଜିଏସ୍‌ଟି ରାଜସ୍ୱ ୯୭, ୮୨୧ କୋଟି ଟଙ୍କା ଥିବାବେଳେ ମେ ୨୦୨୨ ରେ ଏହା ଶତକଡା ୪୪ଭାଗ ବୃଦ୍ଧି ପାଇଛି । ଏହି ମାସରେ ରାଜସ୍ୱ ଜିନିଷପତ୍ର ଆମଦାନୀ କ୍ଷେତ୍ରରେ ଶତକଡା ୪୩ଭାଗ ଘରୋଇ ନେଣଦେଣ ତୁଳନାରେ ଅଧିକ ହୋଇଛି (ରପ୍ତାନୀ ସେବାରୁ) ଶତକଡା ୪୪ ଭାଗ ଅଧିକ ଗତବର୍ଷ ଏହି ସମୟ ମଧ୍ୟରେ ହୋଇଛି । ଜିଏସ୍‌ଟି ପ୍ରବର୍ତ୍ତନ ହେବା ପରଠାରୁ ଚତୁର୍ଥ ଥର ପାଇଁ ମାସିକ ଜିଏସ୍‌ଟି ଆଦାୟ ୧. ୪୦ ଲକ୍ଷ କୋଟି ଅତିକ୍ରମ କରିଛି ଓ ଲଗାତାର ମାର୍ଚ୍ଚ ୨୦୨୨ ଠାରୁ ତୃତୀୟମାସ ଲାଗି ଏହା ହୋଇଛି । ମେ ମାସର ଆଦାୟ ଯାହା ଏପ୍ରିଲ ମାସ ରିଟର୍ଣ୍ଣରୁ ଆସିଥାଏ ଓ ଏହା ଆର୍ଥିକ ବର୍ଷର ପ୍ରଥମ ମାସ ହୋଇଥିବାରୁ ଏପ୍ରିଲରେ କମ୍ ଥାଏ ଓ ଏପ୍ରିଲ ମାର୍ଚ୍ଚ ଆର୍ଥିକ ବର୍ଷର ଶେଷ ମାସ ଦୃଷ୍ଟିରୁ ମାର୍ଚ୍ଚର ରିଟର୍ଣ୍ଣି ଉପରେ ନିର୍ଭରଶୀଳ। ମାତ୍ର ଖୁବ୍ ଉ୍‌ତ୍ସାହପ୍ରଦ ବିଷୟ ଏହି ଯେ ଏପରିକି ମେ ୨୦୨୨ ମଧ୍ୟ ରାଜସ୍ୱ ଆଦାୟ ୧. ୪୦ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରିଛି । ଏପ୍ରିଲ ୨୦୨୨ରେ ଇ-ୱେ ବିଲ୍ ବାବଦକୁ ୭.୪ କୋଟି ଟଙ୍କା ମିଳିଥିବା ବେଳେ ଏହମାର୍ଚ୍ଚ ୨୦୨୨ ଇ-ୱେ ବିଲ୍ ୭.୭କୋଟିରୁ ଶତକଡା ୪ ଭାଗ କମ୍ ରହିଛି । ତଳେ ଦର୍ଶାଯାଇଥିବା ଗ୍ରାଫରେ ଚଳିତବର୍ଷର ଜିଏସ୍‌ଟି ରାଜସ୍ୱ ତାରତମ୍ୟ ଦର୍ଶାଯାଇଛି । ଏଥିରେ ପ୍ରତ୍ୟେକ ରାଜ୍ୟର ୨୦୨୦ ମେ’ରେ ଜିଏସଟି ଆଦାୟ ପରିମାଣ ଓ ୨୦୨୧ ଆଦାୟ ପରିମାଣର ତୁଳନାତ୍ମକ ବିବରଣୀ ପ୍ରଦାନ କରାଯାଇଛି ।

jay balangir
Leave A Reply

Your email address will not be published.

10 − seven =

error: Content is protected !!