pakka

ଶିଶୁ ପତ୍ରିକା ‘ପୁଲକ’ ଲୋକାର୍ପିତ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ଜନ୍ମଦିନ ତଥା ଶିଶୁ ଦିବସରେ ସୁବର୍ଣ୍ଣପୁରଠାରେ ଏକ ତ୍ରୈମାସିକ ଶିଶୁ ପତ୍ରିକା ଲୋକାର୍ପିତ ହୋଇଯାଇଛି । ସାମାଜିକ କର୍ମୀ ତଥା ସ୍ତମ୍ଭକାର ରାଜୀବ କୁମାର ନାୟକଙ୍କ ସଂପାଦନାରେ ପ୍ରକାଶିତ “ପୁଲକ” ଶିଶୁ ପତ୍ରିକା ଉନ୍ମୋଚନ ଉତ୍ସବରେ ଚାଚା ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ପରିସରରେ ଆୟୋଜିତ ଉତ୍ସବରେ ଶିଶୁଗୃହର ଅନ୍ତେବାସୀ କୁମାରୀ ରିସିନା ପଲିଆ, ଆଇନଜୀବୀ ଗୌରୀଶ୍ୟାମ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କର ଶୈକ୍ଷିକ ଓ ବୌଦ୍ଧିକ ବିକାଶ ସହ ସୃଜନଶୀଳତାରେ ପୁଲକ ପତ୍ରିକାଟି ସହାୟକ ହୋଇପାରିବ ବୋଲି କହିଥିଲେ । ପତ୍ରିକା ଉନ୍ମୋଚନ ଉତ୍ସବରେ ଗାଳ୍ପିକ ଅବକାଶ ପଧାନ, କବି ସୁରଥ କୁମାର ମିଶ୍ର, ଅଦୈତ ପ୍ରସାଦ ପଣ୍ଡା, ଓଁକାର ପଧାନ, ଅମ୍ବୁଜ ବିହାରୀ ଶତପଥୀ, ଶିକ୍ଷାବିତ୍ ରମେଶ ପ୍ରସାଦ ନାୟକ, ଡ.ସୌରଭରଂଜନ ଖମାରୀ, ଓମ୍ ପ୍ରଣବ ନାୟକ, ଅଧ୍ୟାପକ ସଂଜୀବ ନାୟକ ଓ ଶୁଭେନ୍ଦ୍ର ପ୍ରସାଦ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nine − 8 =

error: Content is protected !!