pakka

କାଣ୍ଡପାଲି ସ୍କୁଲରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ଏନ୍ଏସିର ୱାର୍ଡ ନଂ ୧୨ କାଣ୍ଡପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତାବିରା ବ୍ଲକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଏହାକୁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ରଶ୍ମି ରାଣୀ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକର ୧୪ଟି କ୍ଲଷ୍ଟରରୁ ଗୀତ, ରଚନା, ଚିତ୍ରାଙ୍କନ, ନରୁ ଓ ବିତର୍କ ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ୧୨୬ କୃତୀ ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଏମାନଙ୍କ ମଧ୍ୟରୁ ୯ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ସେହିପରି ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ମନୋଜ ସାହୁ, ବରଗଡ଼ କଂସ ଅଭିନେତା ଭୁବନ ପ୍ରଧାନ, ନୃତ୍ୟ ନିର୍ଦ୍ଧେଶକ ତପସ୍ଵିନୀ ଗୁରୁ, ଜିଲ୍ଲା ଶାରୀରିକ ନିରୀକ୍ଷକ ଆଶୁତୋଷ ଦେ, ସ୍କୁଲ ପରିଚାଳନା କମିଟିର ସଭାପତି ଲୋଚନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସୁରଭି କାର୍ଯ୍ୟକ୍ରମରେ ଆୟୋଜକ କମିଟିର ଶିକ୍ଷକ ସନ୍ତୋଷ କର ବିବରଣୀ ପଠନ କରିଥିବା ବେଳେ ମଞ୍ଚ ପରିଚାଳନା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଶିକ୍ଷକ ବଳରାମ ସାହୁ ସହଯୋଗ କରିଥିଲେ । ସୁରଭି ଆୟୋଜକ ସଂଯୋଜକ ଅତାବିରା ପ୍ରାଥମିକ ସଂଘର ସଂପାଦକ ରଶ୍ମି ରଞ୍ଜନ ସାହୁ, ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଉଦ୍‌ଯାପନୀ ସଙ୍ଗୀତ ସହ ଅତିଥିମାନଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ସିଆର୍‌ସିସି, ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ ଦେବାନନ୍ଦ ପ୍ରଧାନ, ଅର୍ଜୁନ ପରିଡ଼ା, ପଞ୍ଚାନନ ନାଥ, ସୁଶାନ୍ତ ତ୍ରିପାଠୀ, ପୁଷ୍ପଲତା ନାଏକ, ଅନୂସୟା ଦେବତା, ଗୋକୁଲା ମଲ୍ଲିକ ପ୍ରମୁଖ ସକ୍ରିୟ ସହଯୋଗୀ ରହିଥିବା ବେଳେ ସିଆରସିସି ଶେଷରେ ମନୋରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

16 − thirteen =

error: Content is protected !!