pakka

ଦାଦନ ଖଟିବାକୁ ଯାଇ ଶ୍ରମିକ ନିର୍ଯ୍ୟାତନାର ଶିକାର

bbehera
  • ପୋଲିସ ଦ୍ୱାରା ଦୁଇ ଗିରଫ, ଶ୍ରମିକ ଉଦ୍ଧାର

ସଇଁତଲା, (କେପିଏନ୍‌ଏସ୍‌) : ଦାଦନ ଖଟିବାକୁ ଯାଇ ଶ୍ରମିକ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସଇଁତଲା ବ୍ଲକ କେରମେଲି ପଂଚାୟତ ଅର୍ନ୍ତଗତ ଆଦିବାସୀପଡ଼ାର ଦୁଇଜଣ ଶିଶୁ ସମେତ ପରିବାରର ୭ ଜଣ ହାଇଦ୍ରାବାଦର ସିକନ୍ଦରାବାଦକୁ ଗତ ୭ ମାସ ତଳେ ଦାଦନ ଶ୍ରମିକ ଭାବରେ ଇଟା ଗଢ଼ିବା ପାଇଁ ଯାଇଥିଲେ । ଦାଦନ ଖଟିଯିବା ପୂର୍ବରୁ ଦାଦନ ସର୍ଦ୍ଦାର ଶ୍ରମିକମାନଙ୍କୁ ଅଗ୍ରୀମ ବାବଦକୁ ୨ଲକ୍ଷ ୪୦ହଜାର ଟଙ୍କା ଦେଇଥିଲେ । ସିକନ୍ଦରାବାଦରେ ସମସ୍ତ ଶ୍ରମିକଙ୍କୁ ଇଟାଭାଟିର ମାଲିକ ନିର୍ଯ୍ୟାତନା ଦେଉଥିବାରୁ କିଛି ଦିନ ତଳେ ସେଠାରୁ ସମସ୍ତେ ଲୁଚି ପଳାଇ ଆସିଥିଲେ । ଗତ ବିଳମ୍ବିତ ରାତ୍ରରେ କଂଟାବାଂଜୀର ଜଣେ ଦାଦନ ସର୍ଦ୍ଦାରର ଦୁଇଜଣ ସହଯୋଗୀ ବୁଡୁ ବାଗ(୬୨) ଓ ଭୀଷ୍ମ ଷାଣ୍ଢ(୩୮)କୁ ପଠାଇ ଦାଦନ ଯାଇଥିବା ହେମନ୍ତ ଦେବଗୁରୁଙ୍କୁ ଅପହରଣ କରି ନେଉଥିବା ବେଳେ ହେମନ୍ତଙ୍କ ଜ୍ୱାଇଁ ଅଜୟ ମିର୍ଦ୍ଦାଙ୍କୁ ଖବର ଦେଇଥିଲେ । ଅଜୟ ମିର୍ଦ୍ଧା ଘଟଣା ବିଷୟରେ ଜାଣିବା ପରେ ସଇଁତଲା ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସଇଁତଲା ପୋଲିସ ଟିଟିଲାଗଡ଼ ସ୍ଥିତ କୁମୁଡ଼ାପଦର ଗ୍ରାମର ବୁଡ଼ୁ ବାଗ ଓ ଭୀଷ୍ମ ଷାଣ୍ଢକୁ ଆଣି ପଚରାଉଚୁରା କରି କଂଟାବାଜୀରୁ ଅପହୃତ ହେମନ୍ତ ଦେବଗୁରୁଙ୍କୁ ଉଦ୍ଧାର କରିଥିଲା । ଏ ନେଇ ସଇଁତଲା ଥାନା କେସ୍‌ ନଂ୨୪/୨୦୨୩ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଥିଲା । ଦୁଇ ଅଭିଯୁକ୍ତଙ୍କ ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଟିଟିଲାଗଡ଼ ଜେଲକୁ ପଠାଇ ଦିଆଯାଇଥିବା ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସଇଁତଲା ଥାନାଧିକାରୀ ଅବନୀ କୁମାର ସାହୁଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.

8 − one =