ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍ଭ୍ୟାଲି ସ୍କୁଲରେ ଶିକ୍ଷା ସହିତ ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଇଥାଏ । ଆଜିକାଲି ପାଠପଢ଼ା ସାଙ୍ଗକୁ ମୋବାଇଲ ଦେଖା ମଧ୍ୟ ବଢ଼ିଯାଇଛି । ଯଦ୍ଵାରା ଛାତ୍ରଛାତ୍ରୀ ମାନେ ଚକ୍ଷୁ ଜନିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଓମ୍ଭ୍ୟାଲି ଜୁନିଅର ୱିଙ୍ଗସ ଠାରେ ସୋମବାର ଦିନ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଓମ୍ଭ୍ୟାଲି ସ୍କୁଲ ପକ୍ଷରୁ ଏସ୍ସିଡି ଚକ୍ଷୁ ଚିକିତ୍ସାଳୟ ଉତ୍କଳ ପ୍ରାଦେଶିକ ମାରୱାଡ଼ି ମହିଳା ସମ୍ମେଳନ, ଅଖିଳ ଭାରତୀୟ ମାରୱାଡ଼ି ମହିଳା ସୃଜନ ଶାଖା ଟିଟିଲାଗଡର ସହଯୋଗରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ହୋଇଯାଇଛି । ଏହି ଶିବିରକୁ ଉଦ୍ଘାଟନ କରିଥିଲେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀର ଜୋନାଲ ଉପାଧ୍ୟକ୍ଷ ପ୍ରକାଶ ଗୋଏଲ, ଟିଟିଲାଗଡ ମାରୱାଡ଼ି ସମ୍ମିଳନୀର ସଭାପତି ବିନୋଦ ମାରୋଡିଆ, ସ୍କୁଲ ଅଧ୍ୟକ୍ଷ ଏମ୍ ନାଗା ମାଲେଶ୍ଵର ରାଓ, ମୁଖ୍ୟ ପରାମର୍ଶଦାତା ଡ. ରବିନ ଚନ୍ଦ୍ର ପରମାଣିକ, ଜୁନିଅର ୱିଂସର ନିଶି ବେରି, ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ମହିଳା ଶାଖାର ସଭାପତି ଶ୍ରୀମତୀ ସଙ୍ଗୀତା ଅଗ୍ରୱାଲ, ସଚିବ ରୋନକ ମରୋଦିଆ ମହିଳା ସୃଜନ ଶାଖାର ନୀଲମ ଅଗ୍ରୱାଲ । ଏହି ଶିବିରର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ଚକ୍ଷୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଚକ୍ଷୁ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ତା ସହ ଦୃଷ୍ଟିଶକ୍ତିକୁ ସୁସ୍ଥ ଓ ଉଜ୍ଜ୍ୱଳ ରଖିବା । ଏହି ଶିବିରକୁ ପରିଚାଳନା କରିବାରେ ଏସସିଡି ଚକ୍ଷୁ ଚିକିତ୍ସାଳୟର ଟିଡି ରାଜୱାଡେ, ସୁଜିତ କୁମାର ହନୁମାନ, ପ୍ରଶାନ୍ତ ପଟ୍ଟନାୟକ, ରୋଶନୀ ତାଣ୍ଡି, ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ଗୀତା ଅଗ୍ରୱାଲ, ଆରତୀ ଅଗ୍ରୱାଲ, ମହିଳା ସୃଜନ ଶାଖାର କୋଷାଧ୍ୟକ୍ଷା ଦୀପ ଶିଖା ଅଗ୍ରୱାଲ, ଉପ ସଭାପତି ପ୍ରୀତି ଅଗ୍ରୱାଲ, ସଦସ୍ୟା ଶ୍ୱେତା ଶର୍ମା, ରୁଚି ଜୈନ, ଖୁଶବୁ ଜୈନ, ନିଶା ଅଗ୍ରୱାଲ, ଡିମ୍ପଲ ଜୈନ ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।
Next Post
