ରାସ୍ତା ଉପରେ ଶୋଇଥିବା ଗୋରୁଗାଈଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଅଭାବନୀୟ ଘଟଣା । ରାସ୍ତା ଉପରେ ଶୋଇଥିବା ଗୋରୁଗାଈଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି । ଘଟଣାସ୍ଥଳରେ ୨ଟି ଗାଈର ମୃତ୍ୟୁ ଘଟିଥିବା ବେଳେ ଆଉ ତିନୋଟି ଗାଈ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗତରାତି ପ୍ରାୟ ୩.୪୫ ମିନିଟ ସମୟରେ ବଲାଙ୍ଗିର ସହରର ପେଲେସ ଲାଇନ ଛକ ନିକଟରେ ଗାଈଗୋରୁ ରାସ୍ତା ଉପରେ ଶୋଇଥିବା ବେଳେ ସେମାନଙ୍କ ଉପରେ ଏକ ଅଜଣା ଗାଡ଼ି ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ୨ଟି ଗାଈର ମୃତ୍ୟୁ ଘଟିଥିବା ବେଳେ ଆଉ ତିନୋଟି ଗାଈ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ବଲାଙ୍ଗିର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସ୍ୱେଚ୍ଛାସେବୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଗାଈଗୋରୁଙ୍କ ସେବାଯତ୍ନ ନେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.