ରଥଯାତ୍ରା କବିତା ପାଠ ଉତ୍ସବ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସନାତନ ମନ୍ଦିର ପରିସରରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କବିତା ପାଠ ଉତ୍ସବ ହୋଇଯାଇଛି । ଉକ୍ତ କବିତା ପାଠ ଉତ୍ସବର ସଂଯୋଜନା କରିଥିଲେ ଶ୍ରୀମତୀ ରଶ୍ମି ପାତ୍ର ଓ ନଳିନୀ ପ୍ରଭା ଶତପଥୀ । କବିତା ଗୁଡିକ ଜଗନ୍ନାଥଙ୍କ ଉପରେ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ କବିତା ପାଠ କରିଥିଲେ – କବି ବଳିଷ୍ଠ ପ୍ରଧାନ, ଭବାନୀ ଶଙ୍କର ପଟେଲ, ହୃଷିକେଶ ପୁରୋହିତ, ସନ୍ଧ୍ୟାରାଣୀ ତ୍ରିପାଠୀ, ସୁଷମା ଷଡଙ୍ଗୀ, ସୁରଥ ସାହୁ, କପିଳ ପତି, କେଶବ ଚନ୍ଦ୍ର ମିଶ୍ର, ମଦନ ମୋହନ ରଥ, ନିରୁପମା ମିଶ୍ର, ଆରତୀ ତ୍ରିପାଠୀ, ଜ୍ୟୋତିମୟୀ ତ୍ରିପାଠୀ, ଚରଣ ସା ଓ ରାମ ଶଙ୍କର ଶତପଥୀ । ଶେଷରେ ଡ. ପ୍ରେମଚାନ୍ଦ ମହାନ୍ତି ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା କରିଥିଲେ । ଉକ୍ତ କବିତା ପାଠ ଉତ୍ସବ ଡ. ଅଶୋକ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଶେଷରେ ମଦନ ମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟର ସୁପରିଚାଳନା ନିମନ୍ତେ ପ୍ରଦୀପ ପଶାୟତ ଓ ମନ୍ଦିରର ସମସ୍ତ ଭକ୍ତମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.