
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶ କ୍ରମେ ଏବଂ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜ୍ଜ ଗିରିଜା ପ୍ରସାଦ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ତରଫରୁ ସ୍ଥାନୀୟ ପଟାଭାଡି ସ୍ଥିତ କୁଲପଡା ଅଙ୍ଗନବାଡି କେନ୍ଦ୍ର ଠାରେ “ସୋସିଆଲ ମିଡ଼ିଆ କ୍ଷେତ୍ରରେ ନିରାପତ୍ତା ଏବଂ ସାଇବର ଆଇନ” ବିଷୟ ଉପରେ ଏକ ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ସଚିବ ଦେବାଶିଷ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ତଥା ସାଇବର ଆଇନ, ସୋସିଆଲ ମିଡ଼ିଆର ସଠିକ ବ୍ୟବହାର, ସୋସିଆଲ ମିଡ଼ିଆ କ୍ଷେତ୍ରରେ ନିରାପତ୍ତା ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ପାରା ଲିଗାଲ ୍ସ୍ୱଛାସେବୀ ରିତା ମହାରଣା ଓ ଅଙ୍ଗନବାଡ଼ି କର୍ମୀ ନମିତା ନାୟକ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।