jayashree

‘ନମାମି ଭାରତମ୍ – ବନ୍ଦେ ମାତରମ୍ ସାମୂହିକ ଗାୟନ’ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ, ନୂଆଦିଲ୍ଲୀ ଆନୁକୂଲ୍ୟରେ ସାରା ଭାରତରେ ଦିନ ୧୧ ଟା ବେଳେ ଜାତୀୟ ସଙ୍ଗୀତ ଗାନ କାର୍ଯ୍ୟକ୍ରମରେ ସୋନପୁର ଶାନ୍ତିନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମଧ୍ୟ ‘ନମାମି ଭାରତମ୍ – ବନ୍ଦେ ମାତରମ୍ ସାମୂହିକ ଗାୟନ’ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଆଚାର୍ଯ୍ୟ ଓ ଅଭିଭାବକମାନେ ଏକତ୍ରିତ ହୋଇ ଦେଶଭକ୍ତି ପୂର୍ଣ୍ଣ ବନ୍ଦେ ମାତରମ୍ ଗାନ ସାମୂହିକ ଭାବେ ଗାୟନ କରିଥିଲେ । ଭାରତ ମାତାର ବନ୍ଦନା ଓ ରାଷ୍ଟ୍ରପ୍ରେମ ଜାଗରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ସୋନପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ସୌରଭ ରଞ୍ଜନ ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଜାତୀୟ ସଂଗୀତ ଉପରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ସଭାପତି ଡ. ହରପ୍ରସାଦ ମିଶ୍ର ଓ ସମ୍ପାଦକ ଶାନ୍ତନୁ କୁମାର ଆଚାର୍ଯ୍ୟ ଉପସ୍ଥିତ ରହି ସେମାନେ ନିଜ ବକ୍ତବ୍ୟରେ ବନ୍ଦେ ମାତରମ୍‌ର ମହତ୍ତ୍ୱ ଓ ସ୍ୱାଧୀନତା ସଂଗ୍ରାମରେ ଏହାର ଭୂମିକା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବୀକାଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.