om academy

ମହାବୀର ଯୁକ୍ତ ୨ କଲେଜର ଶତ ପ୍ରତିଶତ ପରୀକ୍ଷାଫଳ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁତଲା ସ୍ଥିତ ମହାବୀର ଯୁକ୍ତ ୨ କଲେଜର ଛାତ୍ରଛାତ୍ରୀମାନେ ପୁଣି ଏହି ବର୍ଷ ବାର୍ଷିକ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ ହାର ୧୦୦ ପ୍ରତିଶତ ରହିଥିବା ବେଳେ ମୋଟ ୨୦ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ୫ ଜଣ ୮୫%ରୁ ଅଧିକ ମାର୍କ ରଖିଥିବା ବେଳେ ପ୍ରଥମ ସ୍ଥାନରେ ଅଞ୍ଜନା ମେହେର, ଦ୍ଵିତୀୟ ସ୍ଥାନରେ ସ୍ମୃତିରାଣୀ ପଧାନ ଓ ତୃତୀୟ ସ୍ଥାନରେ ସୁମନ ସୁରୁଚି ସାହୁ ରହିଛନ୍ତି । ଠିକ୍‌ ସେହିପରି ସୃଷ୍ଟି ମେହେର, ଲିପି ପଧାନ, ସୃତି ରଣା, ବବୁଲୁ ସାହୁ, ଲିଜା ମହାକୁର, ଅଭିମାନ ଆଶୁତୋଷ ବେହେରା, କାବେରୀ ନାଏକ, ମିନତୀ ସାହୁ, ବର୍ଷା ଠେଲା, ଚୁମନ କୁମାର ପଧାନ, କ୍ରିଷ୍ଣା ନାଏକ ଓ ବାଦଲ ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀମାନେ ୭୦%ରୁ ଅଧିକ ମାର୍କ ରଖି ଯୁକ୍ତ ୨ ପରୀକ୍ଷାରେ ପାସ କରିଛନ୍ତି । ଏଥି ପାଇଁ କଲେଜର ପ୍ରତିଷ୍ଠାତା ଜପବନ୍ଧୁ କମ୍ପ ଓ ଅଧ୍ୟକ୍ଷ ବିଜୟ କୁମାର ହୋତା ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତମ ଭବିଷ୍ୟତର କାମନା କରିଛନ୍ତି ।

Leave A Reply

Your email address will not be published.