ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଦିନକୁ ଦିନ ଅପରାଧିକ କାରବାର ବଢିବାରେ ଲାଗିଛି । ଆଜି ଏପରି ଏକ ଅପରାଧିକ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଶାସ୍ତ୍ରୀନଗରଠାରେ ଟାଉନ ପୋଲିସ ଏକ ସେକ୍ସ ରେକେଟ ଠାବ କରିଛି । ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଶାସ୍ତ୍ରୀନଗରରେ ଘରଭଡା ନେଇ ସେକ୍ସ ରେକେଟ କାରବାର ଚାଲୁଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ଟାଉନ ପୋଲିସ ଉକ୍ତ ଘରେ ଚଢାଉ କରିଛି । ଟାଉନ ପୋଲିସ ୩ ଜଣ ଗ୍ରାହକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏବେ ପର୍ଯ୍ୟନ୍ତ ରାଣୀ ମହୁମାଛି ସହ ୮ ଜଣଙ୍କୁ ଘର ଭିତରେ ପୋଲିସ ଅଟକ ରଖିଥିବା ନେଇ ଟାଉନ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି ।