ବିଦ୍ୟୁତ ବିଭାଗର ଦାଦାଗିରି : ସେବାରୁ ବଞ୍ଚିତ ଲୁହାଖାନବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଲୁହାଖାନ ଗ୍ରାମରେ ବିଦ୍ୟୁତ ସମସ୍ୟା ଦେଖାଯାଇଛି । ସୂଚନା ଅନୁସାରେ ପଦ୍ମପୁର ବିଦ୍ୟୁତ ବିଭାଗ ଲୁହାଖାନ ଗ୍ରାମକୁ ଯାଇ ବିଦ୍ୟୁତ ବିଲ୍ ମାଗିଥିଲେ । ଗାଁର ଲୋକେ ବିଦ୍ୟୁତ ବିଲ ଦେଇଥିଲେ ଓ କିଛିଟା ବ୍ୟକ୍ତି ଲକ୍‌ ଡାଉନ୍‌ ସମସ୍ୟା ହେତୁ ଦେଇ ପାରି ନଥିବାରୁ ଲାଇନ୍ କାଟି ଦେଇଛି ପଦ୍ମପୁର ବିଦ୍ୟୁତ ବିଭାଗ । ଏଠାରେ ପ୍ରଶ୍ନ ଉଠୁଛି ଯେ, ଯେଉଁମାନଙ୍କର ବିଲ୍‌ ରହିଛି ଲାଇନ୍ ତାଙ୍କର ହିଁ କାଟିବା କଥା । କିନ୍ତୁ ଖାମଖିଆଲି ମନୋଭାବ ନେଇ ସମସ୍ତଙ୍କର କାଟି ଦିଆଯାଇଛି । ଯେଉଁମାନେ ବିଲ ପଇଠ କରିଛନ୍ତି କାହିଁକି ତାଙ୍କର ବିଦ୍ୟୁତ ସଂଯୋଗ କାଟ ଯାଇଛି, ଏଥି ପାଇଁ କିଏ ଦାୟୀ ? ସରକାର ଜବାବ୍‌ ଦେବେ କି ବୋଲି ସାଧାରଣରେ ପ୍ର‌ଶ୍ନ ଉଠୁଛି । ଏଥି ପାଇଁ ତୁରନ୍ତ ଲାଇନ୍ ଯୋଡି ଯେଉଁମାନେ ବିଲ୍‌ ପଇଠ କରି ସେବାରୁ ବଞ୍ଚିତ ହୋଇଛନ୍ତି, ତାଙ୍କୁ କ୍ଷତି ପୂରଣ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.