ସୁରକ୍ଷା କର୍ମୀଙ୍କ ଦ୍ୱାରା ଏନ୍‌କାଉଣ୍ଟର

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ବଡଗାମର ଆରିବାଗ ମାଚମା ଅଂଚଳରେ ପହଂଚି ସର୍ଚ୍ଚ ଅପରେସନ୍‌ ଚଳାଇଥିବା ବେଳେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଖବର ଆସୁଛି ଯେ, ଆହୁରି କିଛି ଆତଙ୍କବାଦୀ ଲୁଚିଛିନ୍ତି, ସେଥିପାଇଁ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି ।

Leave A Reply

Your email address will not be published.