ବ୍ରହ୍ମପୁର ମହାନଗର ଦୋଳୁଆ ସାହି ନିକଟରେ ସ୍କୁଟିରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି : ମୃତ ଲୋକଟିର ପରିଚୟ ମିଳୁନି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦଳୁଆ ସାହି ମୁକ୍ତେଶ୍ଵର ମନ୍ଦିରରୁ ଅମିତ ହସ୍ପିଟାଲକୁ ଯିବା ରାସ୍ତାରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ନିଜ ଚଳନ୍ତା ସ୍କୁଟି (ମଟର)ରେ ଯାଉଥିବା ସମୟରେ ହଠାତ ଗାଡିରୁ ପଡିଯାଇଥିଲେ । ସ୍ଥାନୀୟ ଲୋକେ ସେହି ବ୍ୟକ୍ତି ଜଣଙ୍କୁ ଉଠାଇ ରାସ୍ତା ପାର୍ଶ୍ଵରେ ବସାଇଥିଲେ । ସଙ୍ଗେ ସଙ୍ଗେ ସେ ଶେଷ ନିଶ୍ୱାସ ଛାଡି ଅବା ଦେହ ତ୍ୟାଗ କରିଥିବା କୁହାଯାଏ । କିନ୍ତୁ ସେଠାକାର ଲୋକଙ୍କ କହିବା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣଙ୍କର ମୃତ୍ୟୁବରଣ ହୋଇସାରିଛି । ହୃଦଘାତରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ଯଦି କେହି ଏହି ବ୍ୟକ୍ତିଙ୍କୁ ଜାଣିଥାନ୍ତି, ତେବେ ତୁରନ୍ତ ତାଙ୍କ ପରିବାରକୁ ସୂଚନା ଦିଆଗଲେ ଭଲ ହୁଅନ୍ତା ବୋଲି ଅଞ୍ଚଳବାସୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।