csstore

ପଥରଚେପା ପାର୍ବତୀଗିରି ବାଲ ନିକେତନକୁ ସତ୍ୟନାରାୟଣ ସେବା ସ୍ମୃତି ସମ୍ମାନ

  • ସମାଜ ପାଇଁ ଏକ ଆଦର୍ଶ ଥିଲେ ସ୍ୱର୍ଗତ ସତ୍ୟ ନାରାୟଣ ବେହେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ନିଆରା ବ୍ୟକ୍ତିତ୍ୱ ଥିଲେ ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ, ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭାପତି, ମଞ୍ଚ ଓ ଚଳଚିତ୍ର ଅଭିନେତା, ସଂସ୍କୃତି ଗବେଷକ ତଥା ସାରସ୍ୱତ ସାଧକ ସ୍ୱର୍ଗତ ସତ୍ୟନାରାୟଣ ବେହେରା । ତାଙ୍କର ଆତ୍ମିକ ପଣ, ଅନ୍ୟମାନଙ୍କୁ ଆପଣାର କରିନେବାର ଭାବ ଆଜି ବିରଳ । ତାଙ୍କର ଅବର୍ତ୍ତମାନରେ ଦୁଃଖୀ ମଣିଷର ମୁହଁରେ ହସ ଫୁଟାଇ ପାରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ବୋଲି କହିଛନ୍ତି ଅତିଥିଗଣ । ସତ୍ୟନାରାୟଣ ବେହେରା ସ୍ମାରକୀ ଦାତବ୍ୟ ନ୍ୟାସ, ବଲାଙ୍ଗିର ତରଫରୁ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଦ୍ୱାରା ପ୍ରତିଷ୍ଠିତ ପାର୍ବତୀ ଗିରି ବାଲନିକେତନକୁ ସତ୍ୟନାରାୟଣ ବେହେରା ସ୍ମୃତି ସେବା ସମ୍ମାନ ପ୍ରଦାନ ଅବସରରେ ଏହି ମତ ପ୍ରକାଶ ପାଇଛି । ନ୍ୟାସର ଅଧ୍ୟକ୍ଷ ସୁଧାକର ବେହେରାଙ୍କ ସଭାପତିତ୍ୱ ଓ ସାମ୍ବାଦିକ ସନ୍ଦୀପ କୁମାର କୁଅଁରଙ୍କ ମଂଚ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭା ଓ ସେବା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ପଥରଚେପା ସ୍ଥିତ ପାର୍ବତୀ ଗିରି ବାଲ ନିକେତନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସଦାଇପାଲି ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗ ଦେଇଥିଲେ । ପାର୍ବତୀ ଗିରି ବାଲ ନିକେତନ ତରଫରୁ ଏହି ସମ୍ମାନ ଗ୍ରହଣ କରିଥିଲେ ଏହାର ସଭାପତି ଶାନ୍ତିଲତା ବହିଦାର ଓ ସଂପାଦିକା ଶ୍ରୀମତୀ ସଂସ୍କୃତି ପଟ୍ଟନାୟକ । ଏହି ଅବସରରେ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିରେ ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଓ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଦ୍ୱାରା ପ୍ରଦତ୍ତ ୭୦ଟି କମ୍ବଳ ଓ କମ୍ପାସ ବାଲନିକେତନର ଅନ୍ତେବାସୀଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ସାମ୍ବାଦିକ ଶରତ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଅରୁଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର, ଗୁପ୍ତେଶ୍ୱର ପୃଷ୍ଟି, ବିରେନ ନାଏକ, ସୁଶାନ୍ତ ଠାକୁର, ସୁନୀଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.