ଜହ୍ନାପଡାରେ ସତସଙ୍ଗ ଓ ଭଜନ ସମାରୋହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଜହ୍ନାପଡା ଗ୍ରାମଠାରେ ଜୟ ଜଗନ୍ନାଥ ସଂକ୍ରାନ୍ତି ସତସଙ୍ଗ ପକ୍ଷରୁ ଭଜନ ଓ ପ୍ରବଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ମାର୍ଗଶିର ମାସର ଧନୁ ସଂକ୍ରାନ୍ତି ଓ ଗୁରୁବାର ଅବସରରେ ଭଜନ ଓ ପ୍ରବଚନ ସମାରୋହ ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡ଼ାର ପ୍ରବଚକ ମଦନା ନନ୍ଦ ସେଠ ଯୋଗଦେଇ ବିଷ୍ଣୁ ଓ ଲକ୍ଷ୍ମୀ ତତ୍ୱ ଉପରେ ଆଲୋକପାତ କରିଥିଲେ । ଏଥିରେ ଗ୍ରାମର ଅନେକ ପୁରୁଷ ଓ ମହିଳା କଥା ଶ୍ରବଣ କରିଥିଲେ । ‌ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜକ ବୀରେନ୍ଦ୍ର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.

twelve + nine =

error: Content is protected !!