ଦେଶାତ୍ମବୋଧକ ଗୀତରେ ନୃତ୍ୟ ପରିବେଷଣ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି ୫ ବର୍ଷର ଝିଅ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଝୁନୁଙ୍ଗାପାଲି ଗାଁରେ ଚାରି ଦିନ ଧରି ଚାଲିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରାମଲୀଳା କାର୍ଯ୍ୟକ୍ରମ ଚାଲିଛି । ଗତ କାଲି ସଂଧ୍ୟାରେ ରାବଣ ଦରବାର ଆକର୍ଷଣ ଥିଲେ ଗୁଦେରପାଲି ଗାଁର ୫ବର୍ଷର ଝିଅ ଖୁସବୁ ପ୍ରଧାନ । “ଦେଶ୍ ରଙ୍ଗିଲା ରଙ୍ଗିଲା” ଦେଶାତ୍ମବୋଧକ ଗୀତରେ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କ ପାଖରୁ ବେଶ ପ୍ରଶଂସା ସାଉଁଟି ଥିଲେ । ଏଥିରେ ଖୁସି ହୋଇ ଶିଶୁ କନ୍ୟା ଖୁସବୁକୁ ରାବଣ ମହାରାଜ ମଧ୍ୟ ପୁରସ୍କୃତ କରି ନିଜ କୋଳରେ ବସାଇଥିଲେ । ଦର୍ଶକମାନେ ମଧ୍ୟ ଆର୍ଥିକ ରାଶି ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.

four × four =

error: Content is protected !!