ଛେଳି ଚୋର ଦୁଇ ଜଣ ଗିରଫ୍‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ବଜାର ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଏକ ଛେଳି ଚରୁଥିବା ବେଳେ ଜଣେ ଦୁର୍ବୁତ୍ତ ଛେଳିଟିକୁ ଚୋରି କରି ନେଉଥିବା ସମୟରେ ଗାଁ ଲୋକେ ତାକୁ ଧରି ପୁଲିସ ଜିମା ଦେଇଥିଲେ । ଅରିଶଲ କଅଁର ସାହିର ରବୀନ୍ଦ୍ର ମଲିକଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ପୋଲିସ ପିପିଲି କଲେଜ ଅଞ୍ଚଳର ଚନ୍ଦନ ବେହେରା (୨୩)କୁ ଗିରଫ କରିଛି । ପୂର୍ବରୁ ମଧ୍ୟ ଚନ୍ଦନ ଛେଳି ଚୋରି କରି ଖେଳାଉର ପଞ୍ଚାୟତର ଯାଜପୁର ଗ୍ରାମର ଉମର ଅଲ୍ଲୀ ଖାଁକୁ ବିକ୍ରି କରିଥିବା ସ୍ୱିକାର କରିଛି । ସେନେଇ ଉମର ଅଲ୍ଲୀ ଖାଁ(୨୮)କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

6 − one =